ଇଣ୍ଡୋନେଶିଆରେ ଫୁଟବଲ୍ ପଡ଼ିଆରେ ମୃତ୍ୟୁର ତାଣ୍ଡବ, ହିଂସାରେ ୧୨୭ ମୃତ
Khabar Odisha:Sports-Indonesia-football-match-violence-many-100-people-killed-and-injured

ଜାକର୍ତ୍ତା, ଅକ୍ଟୋବର ୦୨ (ଖବର ଓଡ଼ିଶା): ଇଣ୍ଡୋନେଶିିଆରେ ଫୁଟବଲ ମ୍ୟାଚ ସମୟରେ ବଡ଼ଧରଣର ହିଂସା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂସା କାରଣରୁ ଅତିକମରେ ୧୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୧୬୦ ଲୋକଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଗୋଟିଏ ଟିମ୍ ମ୍ୟାଚ ହାରିବା ପରେ ଏହି ହିଂସା ସୃଷ୍ଟି ହୋଇଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ପୁଲିସ କହିଛି ଯେ, ଅମଙ୍ଗ ପ୍ରଶଂସକମାନେ ପୂର୍ବ ଜାଭାରେ ଏକ ମ୍ୟାଚ ସମୟରେ ଫୁଟବଲ ପଡ଼ିଆରେ ଆକ୍ରମଣ କରିଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ଅଛନ୍ତି । 

ପୂର୍ବ ଜାଭାର ପୁଲିସ ପ୍ରମୁଖ ନିକୋ ଅଫିଣ୍ଟା କହିଛନ୍ତି ଷ୍ଟାଡିୟମ ଭିତରେ ୩୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । 

ସୂଚନାଯୋଗ୍ୟ, ଇଣ୍ଡୋନେଶିଆରେ ପେର୍ସବାୟା ସୁରାବାୟା ୩-୨ ଗୋଲରେ ଆରେମାକୁ ଫୁଟବଲ ମ୍ୟାଚରେ ପରାସ୍ତ କରିଥିଲା । ଏହା ପରେ ଆରେମା ଏଫ୍‌ସିର ହଜାର ହଜାର ପ୍ରଶଂସକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ । ସେମାନେ ପଡ଼ିଆ ଭିତରେ ଉପଦ୍ରବ ସୃଷ୍ଟି କରିଥିଲେ । ଏହା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ହିଂସାକୁ ନିୟନ୍ତ୍ରିତ କରିବା ପାଇଁ ବଳ ଲଗାଇଥିଲା । ତେବେ ଫୁଟବଲ ପ୍ରଶଂସକମାନେ ପୁଲିସକୁ ମଧ୍ୟ ଝାଡ଼ି ନ ଥିଲେ । ନିୟନ୍ତ୍ରଣ ବାହାରେ ପରିସ୍ଥିତି ଥିବାରୁ ପୁଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । 

 

  • Tags:

Subscribe

National International State Sports Entertainment