ଘୁଞ୍ଚିଲା ମହାକାଶ ଯାତ୍ରା । ମହାକାଶାଚାରୀଙ୍କ ପାଇଁ ବଢିଲା ବିପଦ । ମହାକାଶରେ ବ୍ୟାପିଲା ସୁପରବଗ୍ । ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହକର୍ମୀମାନେଙ୍କ ଜୀବନ ଏବେ ବିପଦରେ । ମହାକାଶଚାରୀ ମାନେ ସଫଳତା ପୂର୍ବକ ୬ ଜୁନ୍ରେ ISS ପହଁଚିଛନ୍ତି । କିନ୍ତୁ ଏବେ ତାଙ୍କ ପ୍ରତି ଅଛି ଏବେ ନୂଆ ବିପଦ ସୁପରବଗ୍ ।
ବୈଜ୍ଞାନିକମାନଙ୍କ ଅନୁସାରେ ଏହା ହେଉଛି ଏଣ୍ଟେରୋବ୍ୟାକ୍ଟର୍ ବୁଗାଣ୍ଡେସିସ୍ ।ଯାହା କି ଅତ୍ୟନ୍ତ ଶକ୍ତିଶାଳୀ ଜୀବାଣୁ । ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଏହାର ଓୌଷଧ କୌଣସି ପ୍ରଭାବ ପକାଇପାରିବ ନାହିଁ।
ଆଇଏସଏସରେ ସୁପରବଗ୍ ଉପସ୍ଥିତିରେ ନାସା କହିଛି ଯେ ଏଣ୍ଟେରୋବ୍ୟାକ୍ଟର ବୁଗାଣ୍ଡେସିସ୍ ନାମକ ଏହି ଜୀବାଣୁ ଅନେକ ଔଷଧ ଦ୍ବାରା ପ୍ରଭାବିତ ନୁହେଁ । ଏହାର ୧୩ଟି ସବ୍-ଭାରିଆଣ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ରେ ବିଚ୍ଛିନ୍ନ ହୋଇଥିଲା । ଏହି ଜୀବାଣୁ ପୃଥିବୀରେ ମିଳୁଥିବା ଲୋକଙ୍କଠାରୁ ଭିନ୍ନ । ନାସା ବୈଜ୍ଞାନିକ ଡକ୍ଟର କସ୍ତୁରୀ ଭେଙ୍କଟେଶ୍ବର ଏହି ସୁପରବଗ୍ ବିଷୟରେ ଅନେକ କଥା କହିଛନ୍ତି। ସେ କହିଛନ୍ତି ଯେ ଏଏସରେ ଏବେ କାହା ଜୀବନ ସହଜ ନୁହେଁ I
ଏଠାରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିବ । ଯେଉଁଥିପାଇଁ ପୃଥିବୀ ତୁଳନାରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ ।
ଅଧିକା ପଢନ୍ତୁ:ଏହି ଦେଶର ଉପରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ, ଉଦ୍ଧାର ପାଇଁ ସର୍ଚ୍ଚ ଅପରେଶନ ଜାରି