ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ରୋଗଗ୍ରସ୍ତ ଥିବା ରୋମାନ କ୍ୟାଥଲିକ ଚର୍ଚ୍ଚର ପ୍ରମୁଖ ପୋପ ଫ୍ରାନସିସଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ଭେଟିକାନ ଚର୍ଚ୍ଚ ପକ୍ଷରୁ ଭିଡିଓ ବୟାନରେ ଏହାର ସୂଚନା ଦିଆଯାଇଛି । ଭେଟିକାନ ପକ୍ଷରୁ ଟେଲିଗ୍ରାମ ଚ୍ୟାଚେନଲରେ ଏହି ସନ୍ଦେଶ ଜାରି କରାଯାଇଛି । କାର୍ଡିନଲ କେଭିନ ଫେରଲ କହିଛନ୍ତି, ଆଜି ସକାଳ ୭ଟା ୩୫ରେ ରୋମର ବିଶପ ଫାଦର ଆଉ ଜଗତରେ ନାହାନ୍ତି ।
ପୋପ ଫ୍ରାନସିସ ଆଜି ଭାଟିକାନ ସିଟିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ କ୍ୟାଥଲିକ ସମାଜରେ ଶୋକର ଲହରି ଖେଳି ଯାଇଛି । ଫ୍ରାନସିସଙ୍କୁ ଫେବୃଆରୀ ୧୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସ ସୁଧାର ଆସି ନ ଥିଲା । ଖାସ୍ କଥା ଇଷ୍ଟର ସଣ୍ଡେରେ ପୋପ ଫ୍ରାନସିସ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ବିଚାରର ସ୍ୱାଧୀନତା ଓ ସହିଷ୍ଣୁତା ଉପରେ ଆଲୋଚନା କରିଥିଲେ । ପୋପ ଫ୍ରାନସିସ ଲୋକଙ୍କୁ ଇଷ୍ଟର ଶୁଭକାମନା ଜଣାଇଥିଲେ।
ପୋପ ଫ୍ରାନସିସଙ୍କ ନିଧନରେ ଭାଟିକାନ ସିଟି ପକ୍ଷରୁ କୁହାଯାଇଛି ଯେ, ରୋମର ବିଶପ, ଫ୍ରାନସିସ, ଫାଦର ଘରକୁ ଫେରି ଯାଇଛନ୍ତି । ସେ ନିଜର ପୂରା ଜୀବନ ଚର୍ଚ୍ଚର ସେବାରେ ଉତ୍ସର୍ଗୀକୃତ କରି ଦେଲେ । ପୋଫ ଫ୍ରାନସିସଙ୍କୁ ଫେବୃଆରୀ ୧୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଗୁରୁତର ରୋଗରେ ପୀଡିତ ଥିଲେ । ପୋପ ଫ୍ରାନସିସ ଡବଲ ନିମୋନିଆ କାରଣରୁ ପ୍ରାୟ ୩୮ ଦିନ ହସ୍ପିଟାଲରେ ଥିଲେ ।