ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଭୌଗୋଳିକ ଦୃଷ୍ଟିରୁ ଏକ ଛୋଟ ଦେଶ ବ୍ରୁନେଇ ଗସ୍ତ କରିଛନ୍ତି। ଦୁଇ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ବିମାନ ଅପରାହ୍ନ ୩ଟାରେ ବ୍ରୁନେଇ ଦାରୁସଲାମ ବିମାନବନ୍ଦରରେ ଅବତରଣ କରିଥିଲା। ସେଠାକାର ସରକାର କ୍ରାଉନ୍ ପ୍ରିନ୍ସ ହାଜି ଅଲ୍-ମୁହତାଦି ବିଲ୍ଲାଙ୍କୁ ଆତିଥେୟତା ପ୍ରଦର୍ଶନ ଭାବରେ ଗ୍ରହଣ କରିବାକୁ ପଠାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ବ୍ରୁନେଇର ସୁଲତାନ ହାଜି ହସନାଲ ବୋଲିକାଏଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପରେ ବିଳମ୍ବିତ ସନ୍ଧ୍ୟାରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ। ବ୍ରୁନେଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ହେବ ପ୍ରତିରକ୍ଷା ଏବଂ ଶକ୍ତି ସମ୍ପର୍କ।
ବ୍ରୁନେଇ ନିଜର ପ୍ରତିରକ୍ଷା ବଜେଟ ବୃଦ୍ଧି କରିଥିବାରୁ ଭାରତକୁ ସେଠାରେ କିଛି ବଡ଼ ସୁଯୋଗ ମିଳିପାରେ। ଏହାବ୍ୟତୀତ ଶକ୍ତି ଭଣ୍ଡାର ଦୃଷ୍ଟିରୁ ମଧ୍ୟ ଏହି ଦେଶ ବହୁତ ସମୃଦ୍ଧ। ଭାରତ ଏବେ ବି ବ୍ରୁନେଇରୁ ବହୁ ପରିମାଣରେ ଅଶୋଧିତ ତୈଳ ଆମଦାନୀ କରୁଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରୁନେଇ ଗସ୍ତ। ''ବ୍ରୁନେଇ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିବୃତି ଜାରି କରି କହିଛନ୍ତି ଯେ ବ୍ରୁନେଇ ଏବଂ ସିଙ୍ଗାପୁର ଭାରତ 'ଆକ୍ଟ ଇଷ୍ଟ' ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳଅଧୀନରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଦେଶ। ତାଙ୍କର ଏହି ଗସ୍ତ ଦୁଇ ଦେଶ ତଥା ସମଗ୍ର ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବ।
ଭାରତ ଓ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କର ୪୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ ଆଶା କରୁଛି ଯେ ବ୍ରୁନେଇ, ବିଶେଷକରି ବାଣିଜ୍ୟିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଆମେ ଆହୁରି ସୁଦୃଢ଼ ହୋଇପାରିବୁ।
ଅଧିକ ପଢ଼ନ୍ତୁ: ମମତା ସରକାରଙ୍କ ଆଭିମୁଖ୍ୟ ଅସହଯୋଗଭରା