କିଲିମଞ୍ଜରୋ ପର୍ବତରେ ଓଡ଼ିଆ ଝିଅ ଵିଭାରାଣୀ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳିସ୍ଥିତ ନନ୍ଦିନୀ କଲୋନୀର ବିଭାରାଣୀ ପାତ୍ର ସାଉଥ ଆଫ୍ରିକାର କିଲିମଞ୍ଜରୋ ପର୍ବତ ଚଢି ସଫଳତା ହାସଲ କରିଛନ୍ତି। ସେ ୧୯ ହଜାର ୩୪୧ ଫୁଟ ଉଚ୍ଚ ଶୃଙ୍ଗାରକୁ ସଫଳତାର ସହିତ ଚଢି ଏହି କୃତିତ୍ଵ ହାସଲ କରିଛନ୍ତି। ତାଙ୍କ ସଫଳତାରେ ତାଙ୍କ ପରିବାର ସହ ସାରା ରାଜ୍ୟରୁ ଓ ଜିଲ୍ଲାରୁ ପ୍ରଶଂସାର ସୁଅ ଛୁଟିଛି ।
ଢେଙ୍କାନାଳ ଝିଅ ବିଭାରାଣୀ ପାତ୍ର ସାଉଥ ଆଫ୍ରିକାର କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ଗତ ୧୪ ତାରିଖ ଦିନ ଯାତ୍ରା ଆରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପତାକା ପ୍ରଦର୍ଶିତ କରି ତାଙ୍କୁ ଯାତ୍ରାର ଶୁଭକାମନା ଜଣାଯାଇଥିଲେ । ବିଭାରାଣୀ ଓଡାପଡା ବ୍ଲକ ମେରାମଣ୍ଡଳୀ ଗ୍ରାମର କୃଷ୍ଣ ପ୍ରସାଦ ପାଟରା ଓ ବିଦ୍ୟୁତ ପ୍ରଭା ପାଟରାଙ୍କ ଝିଅ । ତାଙ୍କର ଏହି ଆଗ୍ରହ,ନିଷ୍ଠା ଓ ଏକାଗ୍ରତା ପାଇଁ ସେ ତାଙ୍କ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ଏଯାବତ ସେ ଖେଳ, ଦୁଃସାହାସିକ କ୍ରୀଡା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅନେକ ସଫଳତା ପାଇଛନ୍ତି l ସଡ଼କ ସୁରକ୍ଷା, ରକ୍ତ ଦାନ, ବୃକ୍ଷରୋପଣ, ଗୀତ ଭାଗବତ ଓ ଅଙ୍ଗଦନ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଏହାପରେ ସେ ଋଷର ଏଲବ୍ରଶ ପର୍ବତ ଆରୋହଣ କରିବା ପାଇଁ ଲକ୍ଷ ରଖିଥିବା କହିଛନ୍ତି l ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
ଅଧିକ ପଢନ୍ତୁ :କୋଟିପତି କରିପାରେ ୧୬ ସାଇକି