ନ୍ୟୁୟର୍କ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ଶନିବାର ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଭାରତର ବିକାଶ ଏବଂ ବର୍ତ୍ତମାନ ସମୟରେ କରାଯାଉଥିବା କାମ ଉପରେ ଚର୍ଚ୍ଚା କରିଛନ୍ତି । ବିଦେଶ ମନ୍ତ୍ରୀ ୧୩୦ କୋଟି ଭାରତୀୟଙ୍କ ତରଫରୁ ସଂଯୁକ୍ତ ରାଷ୍ଟ୍ରକୁ ଅଭିବାଦନ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ଆମେ ଭାରତର ସ୍ୱାଧୀନତାର ୭୫ତମ ପାଳନ କରୁଛୁ । ୨୦୨୨ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଭରସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶକୁ ଆହୁରି ଆଗକୁ ନେବା ପାଇଁ ସଂକଳ୍ପ ରଖିଛନ୍ତି ।
ଜୟଶଙ୍କର କହିଛନ୍ତି ଯେ, ଏହି ସମୟର କାହାଣୀ ଲକ୍ଷ ଲକ୍ଷ ଭାରତୀୟଙ୍କ ପରିଶ୍ରମ, ଦୃଢ଼ ସଂକଳ୍ପ ଓ ଉଦ୍ଦ୍ୟମ । ଆମେ ବର୍ଷ ବର୍ଷ ଧରି ବିଦେଶୀ ଆକ୍ରମଣ, ଉପନିବେଶବାଦରୁ ଶିକ୍ଷା ପାଇଛୁ । ଏବେ ନୂଆ ଭାରତ ଗଢ଼ି ଉଠିଛି, ଯାହାକି ଆତ୍ମାବିଶ୍ୱାସୀ ହୋଇଛି । ସେ କହିଛନ୍ତି ଯେ, ଭାରତ ଅଧିକ ଏକତା ଏବଂ ଏକଜୁଟତାକୁ ଗୁରୁତ୍ୱ ଦେବ ।
ବିଦେଶ ମନ୍ତ୍ରୀ ଶ୍ରୀ ଜୟଶଙ୍କର କହିଛନ୍ତି ଯେ, ଭାରତ ଚଳିତ ବର୍ଷ ସୁରକ୍ଷା ପରିଷଦରେ ନିଜର ସଦସ୍ୟତାର କାର୍ଯ୍ୟକାଳ ପୂରା କରୁଛି । ଅଧିବେଶନ ସମୟରେ ସେ କହିଛନ୍ତି ଯେ, ସୁରକ୍ଷା ପରିଷଦରେ ସଂଶୋଧନକୁ ସଂଯୁକ୍ତ ରାଷ୍ଟ୍ରର ସଦସ୍ୟମାନଙ୍କ ସମର୍ଥନ ମିଳିଛି । ଭାରତ ଏଥିରେ ଅଧିକ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛି ।