ନୂଆଦିଲ୍ଲୀ: ଇଣ୍ଡୋନେସିଆ ନିକଟ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଥିବା ପାପୁଆ ନ୍ୟୁ ଗିନିରେ ବଡ଼ଧରଣର ଭୂସ୍ଖଳନ ହୋଇଛି । ଏଥିରେ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ୪୦୦୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ସହିତ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମଚାରୀମାନେ ନଖୋଜ ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜଧାନୀ ମୋରସ୍ବୀ ଠାରୁ ୬୦୦ କିଲୋମିଟର ଉତ୍ତର-ପଶ୍ଚିମସ୍ଥିତ ଏଙ୍ଗା ରାଜ୍ୟର କାଓକଲାମ ଗାଁରେ ଏହି ଭୂସ୍ଖଳନ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର ପାକୁଆ ନ୍ୟୁ ଗିନୀର ଏଙ୍ଗା ରାଜ୍ୟର ଉପାନ୍ତ ଗାଁରେ ଶୁକ୍ରବାର ଭୋର ସକାଳ ବଡ଼ଧରଣର ଭୂସ୍ଖଳ ହୋଇଥିଲା । ଏଥିରେ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ୪୦୦୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୧୧୦୦ ଘର ଭାଙ୍ଗି ଯାଇଛି । ଏହି ଅଞ୍ଚଳର ଘରଗୁଡ଼ିକର ଅବସ୍ଥା ବହୁତ ଖରାପ ।
ଭୂସ୍ଖଳନ କାରଣରୁ ଏକ ଗାଁରେ ବଡ଼ଧରଣର ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଗର୍ତ୍ତ ଭିତରୁ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି । ପୀଡିତଙ୍କୁ ଦେଖି ମହିଳା, ଶିଶୁ ଓ ବୟସ୍କ ଶୋକ ପ୍ରକାଶ କରିଛନ୍ତି ।