ବାଂଲାଦେଶରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ପ୍ରାୟ ୪୦ ରୁ ଅଧିକ ମୃତ ଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡଟି ବାଂଲାଦେଶର ଗୋଟେ ରେଷ୍ଟରାଣ୍ଟରେ ଘଟିଛି । ସୂଚନା ଅନୁସାରେ, ଗତ ଗୁରୁବାର ବିଳମ୍ବିତ ରାତିରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଗୋଟେ ରେଷ୍ଟରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ରାତି ସମୟରେ ନିଆଁ ଲାଗିଥିବାରୁ ରେଷ୍ଟରାଣ୍ଟରେ ଥିବା ଲୋକମାନେ ବାହାରକୁ ଆସି ପାରିନଥିଲେ । ଫଳରେ ଅଗ୍ନିକାଣ୍ଡରେ ପ୍ରାୟ ୪୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ନିଆଁ ଅଗ୍ନିକାଣ୍ଡରେ ପରିଣତ ହୋଇ ସାରା ରେଷ୍ଟରାଣ୍ଟରେ ବ୍ୟାପି ଯାଇଥିଲା । ଯାହାଫଳରେ ଏତେ ଲୋକଙ୍କ ମୃତ୍ୟୁ ହେବାସହିତ ବହୁ କ୍ଷୟକ୍ଷତି ମଧ୍ୟ ହୋଇଛି ।
ଖବର ପାଇ , ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ମୃତକଙ୍କୁ ଉଦ୍ଧାର କରିବା ସହିତ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅଗ୍ନିକାଣ୍ଡ ଘଟିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର