କଲମ୍ବିଆ:ଭୂସ୍ଖଳନ ରେ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍ ୩୪ ରୁ ଅଧିକ ମୃତ
Khabar Odisha:Landslide-buries-bus-in-Colombia-killing-at-least-34
Colombia:06/12/2022:

ଦକ୍ଷିଣ ଆମେରିକାର ଗେଟୱେ କଲମ୍ବିଆରେ ରେ ପୁଣି  ଭୟଙ୍କର ଭୂସ୍ଖଳନ ଘଟିଛି । ଫଳରେ ଏକ ଯାତ୍ରୀବାହୀ ବସ୍ ମାଟି ତଳେ ଦବି ହୋଇଯିବାରୁ ୩୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ ରିସାରାଲ୍ଡ ପ୍ରାନ୍ତରେ ଭୂସ୍ଖଳନ ହୋଇଛି ।  ପ୍ରବଳ ବର୍ଷା ଯୋଗୁଁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ଏଥିରେ ଗୋଟିଏ ଯାତ୍ରୀବାହୀ ବସ୍ ସହିତ ଅନେକ ଗାଡି ମାଟି ତଳେ ଦବି ହୋଇଯାଇଛି । ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ୯ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 

Subscribe

National International State Sports Entertainment