ଜାପାନରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି । ଯାହା ସୂଚନା ରହିଛି ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୯ ରହିଛି। ଜାପାନ ପାଣିପାଗ ବିଭାଗ ସୂଚନା ଅନୁସାରେ କ୍ୟୁଶୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଇ ଭୂମିକମ୍ପରେ ଜୋରଦାର ଝଟକା ଲାଗିଛି। ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ନେଇ ଆଡଭାଇଜରୀ ଜାରି ହୋଇଛି । ଏହି ଭୂମିକମ୍ପ ତୀବ୍ରତା କାରଣରୁ ୧ ମିଟର ଉଚ୍ଚ ଲହରୀ ବିଶିଷ୍ଟ ସୁନାମି ଆସିବାର ସମ୍ଭାବନା ରହିଛି। ରାତି ୯.୧୯ (ଜାପାନ ସମୟ ଅନୁସାରେ) ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ସୁନାମୀ ଚେତାବନୀ ଦିଆ ଯାଇଛି। ଗତ ବର୍ଷ ନଭେମ୍ବରରେ ଜାପାନ ଉତ୍ତର ମଧ୍ୟ ଅଞ୍ଚଳରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା।