ବିଶ୍ବବ୍ୟାପୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୪ କୋଟି, ସଂକ୍ରମଣରେ ୪୮.୯୬ ଲକ୍ଷ ମୃତ
Khabar Odisha:International-corona-report-4696-lakh-corona-death-in-worldwide

ନୂଆଦିଲ୍ଲୀ, ଅକ୍ଟୋବର ୧୫ (ଖବର ଓଡ଼ିଶା): ବିଶ୍ବବ୍ୟାପୀ କରୋନା ଭାଇରସ ମହାମାରୀରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୨୪ କୋଟି ଅତିକ୍ରମ କରିଛି।  ମୃତକଙ୍କ ସଂଖ୍ୟା ୪୯ ଲକ୍ଷ ନିକଟତର ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୪ ଲକ୍ଷ ୩୩ ହଜାର ୧୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୩୪୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

ବିଶ୍ବବ୍ୟାପୀ ୨୪ କୋଟି ୩ ଲକ୍ଷ ୪୫ ହଜାର ୮୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୮ ଲକ୍ଷ ୯୬ ହଜାର ୬୩୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୧ କୋଟି ୭୬ ଲକ୍ଷ ୫୫ ହଜାର ୧୯୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୧  କୋଟି ୭୭ ଲକ୍ଷ ୯୪ ହଜାର ୭୨ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଆମେରିକା: ୪କୋଟି ୫୬ ଲକ୍ଷ ୩୨ ହଜାର ୧୩୦ ସଂକ୍ରମିତ, ୭ଲକ୍ଷ ୪୧ ହଜାର ୮୪୨ ମୃତ

ବ୍ରାଜିଲ: ୨ କୋଟି ୧୬ ଲକ୍ଷ ୧୨ ହଜାର ୨୩୭ ସଂକ୍ରମିତ, ୬ ଲକ୍ଷ ୨ ହଜାର ୨୦୧ ମୃତ

ବ୍ରିଟେନ: ୮୩ ଲକ୍ଷ ୧୭ ହଜାର ୪୩୯ ସଂକ୍ରମିତ, ୧ ଲକ୍ଷ ୩୮ ହଜାର ୨୩୭ ମୃତ

ରୁଷିଆ: ୭୮ ଲକ୍ଷ ୯୨ ହଜାର ୯୮୦ ସଂକ୍ରମିତ, ୨ ଲକ୍ଷ ୨୦ ହଜାର ୩୧୫ ମୃତ

ତୁର୍କୀ: ୭୫ ଲକ୍ଷ ୭୦ ହଜାର ୯୩୨ ସଂକ୍ରମିତ, ୬୭ ହଜାର ୪୪ ମୃତ

ଫ୍ରାନ୍ସ: ୭୦ ଲକ୍ଷ ୭୪ ହଜାର ୨୭୬ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୨୧୧ ମୃତ

ଇରାନ: ୫୭ ଲକ୍ଷ ୫୪ ହଜାର ୪୭ ସଂକ୍ରମିତ, ୧ ଲକ୍ଷ ୨୩ ହଜାର ୪୯୮ ମୃତ

ଆର୍ଜେଣ୍ଟିନା: ୫୨ ଲକ୍ଷ ୭୦ ହଜାର ୩ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୬୩୩ ମୃତ

 

 

  • Tags:

Subscribe

National International State Sports Entertainment