ୱାଶିଂଟନ, ଅଗଷ୍ଟ ୧୭ (ଖବର ଓଡ଼ିଶା): ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପତ୍ନୀ ଓ ଫର୍ଷ୍ଟ ଲେଡି ଜିଲ ବାଇଡେନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ସେତିକି ନୁହେଁ, କରୋନା ଉତ୍ପାଦନକାରୀ କଂପାନୀ ‘ଫାଇଜର’ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ‘ସିଇଓ’ ଆଲବର୍ଟ ବୋର୍ଲା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ମାତ୍ର ଆଲବର୍ଟଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଛି । ସୂଚନାଯୋଗ୍ୟ, ଆଲବଟ ବାର୍ଲୋ କରୋନା ଟିକାର ୪ ଡୋଜ ନେଇଥିଲେ ।
ରାଷ୍ଟ୍ରପତି ବାଇଡେନ କିଛିଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ମଙ୍ଗଳବାର ତାଙ୍କର ରିପୋର୍ଟ ନେଗେଟିଭ ଆସିଛି । ସୋମବାର ବାଇଡେନଙ୍କ ପତ୍ନୀ ଜିଲଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ଏହା ପରେ ସନ୍ଧ୍ୟାରେ ତାଙ୍କୁ ଥଣ୍ଡା ହୋଇଥିଲା । ସାମାନ୍ୟ ଲକ୍ଷଣ ଦେଖାଯିବାରୁ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏହି ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ପିସିଆର ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।
ଫାଇଜର ସିଇଓ ଆଲବର୍ଟ ବୋର୍ଲା ସୋମବାର କହିଛନ୍ତି ଯେ, ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ମାତ୍ର ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଛି । ବୋର୍ଲା ବୟାନ ଜାରି କରି କହିଛନ୍ତି ଯେ, ଜନତାଙ୍କୁ ମୁଁ କହୁଛି ଯେ, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ମୁଁ ଆଇସୋଲେସନରେ ରହି କାମ କରିବାକୁ ପଦକ୍ଷେପ ନେଉଛି ।