ଟ୍ରମ୍ପ କଲେ ଘୋଷଣା: ତାଲିବାନ ସହ ଆମେରିକା ପୁଣି ଥରେ ଆଲୋଚନା ଆରମ୍ଭ କରିପାରେ
Khabar Odisha:International-US-Taliban-peace-talk-back-on-track-president-Trump-gives-indication

ଓ୍ଵାଶିଂଟନ, ଡିସେମ୍ବର ୦୧ (ଖବର ଓଡ଼ିଶା): ଆମେରିକା ଓ ଆଫଗାନ ତାଲିବାନ ମଧ୍ୟରେ ପୁଣି ଥରେ ଆଲୋଚନା ହୋଇପାରେ। ନିଜର ୩୬ ଘଣ୍ଟିଆ ଗୁଇନ୍ଦା ଆଫଗାନିସ୍ତାନ ଯାତ୍ରା ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ନିଜର ପ୍ରଥମ ଆଫଗାନିସ୍ତାନ ଗସ୍ତରେ ଟ୍ରମ୍ପ କେବଳ ସାଢ଼େ ୩ ଘଣ୍ଟା ସମୟ ଗ୍ରାଉଣ୍ଡରେ ହିଁ ବିତାଇଥିଲେ।

ତାଲିବାନ ସହିତ ଦ୍ୱିତୀୟ ଥର ଆଲୋଚନା କରିବା ନେଇ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, ତାଲିବାନ ବୁଝାମଣା କରିବାକୁ ଚାହୁଁଛି ଏବଂ ଆମେ ତାଙ୍କୁ ଭେଟିବୁ। ଆମେ ଯେତେବେଳେ ସଂଘର୍ଷ ବିରାମ ଚାହୁଁଥିଲୁ, ସେମାନେ ସଂଘର୍ଷ ବିରାମ ଚାହୁଁ ନଥିଲେ ଏବଂ ଏବେ ସେମାନେ ସଂଘର୍ଷ ବିରାମ ଚାହୁଁଛନ୍ତି। ମୋ ମତରେ ଏହା ସଫଳ ହେବ। ଆଫଗାନିସ୍ତାନରେ ଆମେରିକା ୧୯ ବର୍ଷ ହେବ ଯୁଦ୍ଧ କରି ଆସୁଛି। ଏହା ଆମେରିକା ଇତିହାସରେ ସବୁଠାରୁ ଦୀର୍ଘ ସମୟର ଯୁଦ୍ଧ।

ଆଫଗାନିସ୍ତାନ ଯାତ୍ରା ପରେ ଟ୍ରମ୍ପ କିଛି ଟୁଇଟ୍‌ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ନିକଟରେ ଆଫଗାନିସ୍ତାନରୁ ଫେରିଛି। ସେଠାରେ ଆମେରିକୀୟ ସେନାକୁ ଭେଟିଛି। ଟ୍ରମ୍ପ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନୀଙ୍କୁ କମ ସମୟ ପାଇଁ ସାକ୍ଷାତ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ଟ୍ରମ୍ପ ନିଜର ଯୋଜନା ପରିବର୍ତ୍ତନ କରି ଏଠାରେ ପହଂଚିଥିଲେ। ଏଠାରେ ପହଂଚିବା ପରେ ଟ୍ରମ୍ପ କାବୁଲ ବାହାରେ ବଗରାମ ଏୟରବେସରେ ମୁତୟନ ଆମେରିକୀୟ ସେନାକୁ ଭେଟି ଆଲୋଚନା କରିଛନ୍ତି। ଆମେରିକୀୟ ସେନା ଟ୍ରମ୍ପଙ୍କୁ ଭୋଜନ ପରଷି ଥିଲେ ଏବଂ ସେଲ୍ଫି ନେଇଥିଲେ। 

  • Tags:

Subscribe

National International State Sports Entertainment