ନୂଆଦିଲ୍ଲୀ, ଫେବୃଆରୀ ୨୬ (ଖବର ଓଡ଼ିଶା): କରୋନାର ନୂଆ ପ୍ରାରୁପ ଦେଖାଯିବା ପରେ ବିଶ୍ୱବାସୀ ପୁଣି ଥରେ ଚିନ୍ତିତ ହୋଇପଡ଼ିଛନ୍ତି । ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୧୮ ଲକ୍ଷ ୯୨ ହଜାର ୩୦୫କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୨୦ ହଜାର ୭୦୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୯୪ ଲକ୍ଷ ୩୩ ହଜାର ୭୫୩ ଲୋକ ସୁସ୍ଥ ହୋଇଥିବା ବେଳେ ୯୦ ଲକ୍ଷ ୯୫ ହଜାର ୪୬୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୮୬୬ ଜଣ ଗୁରୁତର ଅଛନ୍ତି ।
ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୧ କୋଟି ୩୫ ଲକ୍ଷ ୨୮ ହଜାର ୯୭୪ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୧୮ ହଜାର ୨୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୯୧ ଲକ୍ଷ ୧୮ ହଜାର ୪୨୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୮ ଲକ୍ଷ ୯୨ ହଜାର ୩୦୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୧ ହଜାର ୪୧୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୧କୋଟି ୩ଲକ୍ଷ ୯୩ହଜାର ୮୮୬ ସଂକ୍ରମିତ, ୨ ଲକ୍ଷ ୫୧ ହଜାର ୬୬୧ ମୃତ
ଋଷିଆ: ୪୨ ଲକ୍ଷ୧୨ ହଜାର ୧୦୦ ସଂକ୍ରମିତ, ୮୪ ହଜାର ୮୭୬ ମୃତ
ୟୁକେ: ୪୧ ଲକ୍ଷ ୫୪ ହଜାର ୫୬୨ ସଂକ୍ରମିତ, ୧ ଲକ୍ଷ ୨୨ ହଜାର ୭୦ ମୃତ
ଫ୍ରାନ୍ସ: ୩୬ ଲକ୍ଷ ୮୬ ହଜାର ୮୧୩ ସଂକ୍ରମିତ, ୮୫ ହଜାର ୫୮୨ ମୃତ
ସ୍ପେନ: ୩୧ ଲକ୍ଷ ୮୦ହଜାର ୨୧୨ ସଂକ୍ରମିତ, ୬୮ ହଜାର ୮୧୩ ମୃତ
ଇଟାଲି: ୨୮ ଲକ୍ଷ ୬୮ ହଜାର ୪୩୫ ସଂକ୍ରମିତ, ୯୬ ହଜାର ୯୭୪ମୃତ
ତୁର୍କୀ: ୨୬ ଲକ୍ଷ ୭୪ ହଜାର ୭୬୬ ସଂକ୍ରମିତ, ୨୮ ହଜାର ୩୫୮ ମୃତ
ଜର୍ମାନୀ: ୨୪ ଲକ୍ଷ ୨୬ ହଜାର ୮୧୯ ସଂକ୍ରମିତ, ୭୦ ହଜାର ୩ମୃତ
କଲମ୍ବିଆ: ୨୨ ଲକ୍ଷ ୪୧ ହଜାର ୨୨୫ ସଂକ୍ରମିତ, ୫୯ ହଜାର ୩୯୬ ମୃତ