ଲିବିଆରେ ଅପହରଣ ହୋଇଥିବା ୭ ଭାରତୀୟ ଉଦ୍ଧାର, ତେଲ କଂପାନୀରେ କରୁଥିଲେ କାମ
Khabar Odisha:International-Seven-Indians-who-were-kidnapped-by-terrorists-in-Libya-have-been-released

ତ୍ରିପୋଲି, ଅକ୍ଟୋବର ୧୨ (ଖବର ଓଡ଼ିଶା): ଉତ୍ତର ଆଫ୍ରିକା ଦେଶ ଲିବିଆରେ ଅପହରଣ ହୋଇଥିବା ୭ ଜଣ ଭାରତୀୟଙ୍କୁ ଛାଡ଼ି ଦିଆଯାଇଛି । ଆତଙ୍କବାଦୀମାନେ ୭ ଜଣ ଭାରତୀୟମାନଙ୍କୁ ଅପହରଣ କରିନେଇଥିଲେ । ଏମାନେ ସମସ୍ତେ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାର ନିବାସୀ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ସେପ୍ଟେମ୍ବର ୧୪ ତାରିଖରେ ଲିବିଆର ଅସ୍ୱହୱେରିଫ ଅଂଚଳରୁ ଏମାନଙ୍କୁ ଅପହରଣ କରାଯାଇଥିଲା । ଭାରତୀୟମାନେ ସ୍ୱଦେଶ ଫେରିବା ଲାଗି ତ୍ରିପୋଲି ବିମାନବନ୍ଦରକୁ ଯାଉଥିଲେ । ଭାରତ ଗୁରୁବାର ଅପହରଣ ନେଇ କହିଥିଲା ଯେ, ଏମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଛି । 

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ ଅପହୃତ ନାଗରିକଙ୍କୁ ଖୋଜାଯିବା ସହିତ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ହୋଇଛି । ଏମାନେ ସମସ୍ତେ ଲିବିୟାରେ ନିର୍ମାଣାଧୀନ ଏବଂ ତେଲ କଂପାନୀରେ କାର୍ଯ୍ୟରତ ଥିଲେ । 

ଲିବିଆରେ ଭାରତର ଦୂତାବାସ ରହିଛି । ପଡୋଶୀ ଦେଶ ଟ୍ୟୁନେଶିଆରେ ଭାରତୀୟ ଦୂତାବାସ ଲିବିଆରେ ଥିବା ଭାରତୀୟ ନାଗରିକଙ୍କ ସହିତ ଜଡ଼ିତ ମାମଲାର ପରିଚାଳନା କରିଥାଏ । ଲିବିଆ ସରକାର ଓ ସେଠାରେ ଥିବା ଅନ୍ତର୍ଜାତୀୟ ସଂଗଠନ ସହିତ ସଂପର୍କ କରି ଭାରତୀୟ ନାଗରିକଙ୍କୁ ମୁକ୍ତ କରାଇବା ଲାଗି ସାହାଯ୍ୟ ମଗାଯାଇଥିଲା । 

   

 

  • Tags:

Subscribe

National International State Sports Entertainment