ନୂଆଦିଲ୍ଲୀ, ଅକ୍ଟୋବର ୦୨ (ଖବର ଓଡ଼ିଶା): ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ବିଗତ ୭ ମାସ ହେଲା ଯୁଦ୍ଧ ଜାରି ରହିଛି । ଉଭୟ ଦେଶରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହା ପରେ ବି ଯୁଦ୍ଧ ଶେଷ ହେବା ଅବସ୍ଥାରେ ନାହିଁ । ଯୁଦ୍ଧର ଭବିଷ୍ୟତ ନେଇ କାହାରିକୁ କିଛି ଜଣାନାହିଁ । ମାତ୍ର ଏହାରି ମଧ୍ୟରେ ୟୁକ୍ରେନ୍ର ସେନା ଅଧିକ ସକ୍ରିୟ ହୋଇଛି । ନିଜର ୪ଟି ରାଜ୍ୟ ହରାଇବା ପରେ ୟୁକ୍ରେନ୍ର ସେନା ରୁଷିଆ ବିରୋଧରେ ଆକ୍ରମଣ ଦେଖାଯାଇଛି । ଏହା ପରେ ରୁଷିଆର ସେନା ୟୁକ୍ରେନର ଏକ ସହରକୁ ଖାଲି କରି ପଛକୁ ଫେରିଯାଇଛି ।
ୟୁକ୍ରେନ ସେନା ଶନିବାର ଲାଇମ୍ୟାନ ସହର ଉପରେ ଗୁଳିମାଡ଼ କରିଛି । ଫଳରେ ରୁଷୀୟ ସେନା ଫେରିଯାଇଛନ୍ତି । ୟୁକ୍ରେନ ନିଜ ଲାଇମ୍ୟାନ ସହରକୁ ପୁଣି ଫେରିପାଇଛି । ଏହି ସହର ଖାରକିବ ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ଏହା ୟୁକ୍ରେନ୍ର ଅନ୍ୟତମ ପରିବହନ କେନ୍ଦ୍ର । ଯୁଦ୍ଧ ସମୟରେ ରୁଷିଆ ଏହାକୁ ନିଜ ନିୟନ୍ତ୍ରଣରେ ନେଇଥିଲା ।