ନୂଆଦିଲ୍ଲୀ: ବିଶ୍ୱ ସ୍ତରୀୟ ମାମଲା ଲଢ଼ିବେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପିତ ଡି ୱାଇ ଚନ୍ଦ୍ରଚୂଡ଼ । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଏକ ଅନ୍ତରାଷ୍ଟ୍ରୀୟ ମାମଲାରେ ରୁଷ ନିଜର ମଧ୍ୟସ୍ତତା ପାଇଁ ପୂର୍ବତନ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ନିଯୁକ୍ତ କରିଛି ।
ୟୁକ୍ରେନର ସରକାରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓସଚଡବ୍ୟାଙ୍କ ରୁଷ ବିରୋଧରେ ମାମଲା କରିଛି । ୧୯୯୮ ମସିହାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଅନୁଯାୟୀ ଚାଲିଥିବା ମଧ୍ୟସ୍ଥତା ପ୍ରକ୍ରିୟା ସହିତ ଜଡିତ । ଓସଚାଡବ୍ୟାଙ୍କ ଦାବି କରିଛି ଯେ ୨୦୨୨ ମସିହାରେ ରୁଷର ସାମରିକ ଆକ୍ରମଣରେ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଜ୍ଜିଆ ଅଞ୍ଚଳରେ ଥିବା ତାହାର ସମ୍ପତ୍ତି ଏବଂ ବ୍ୟବସାୟିକ କାର୍ଯ୍ୟରେ କ୍ଷତି ହୋଇଛି ।
ଏକ ତିନି ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି କରିବେ । ଟ୍ରିବ୍ୟୁନାଲରେ କୋଷ୍ଟାରିକା, ଗ୍ରୀସ ଏବଂ ଭାରତର ଜଣେ ଲେଖାଏଁ ସଦସ୍ୟ ରହିବେ । ରୁଷ ଏବଂ ଓସଚାଡବ୍ୟାଙ୍କ ପକ୍ଷରୁ ଜଣେ ଯୁଗ୍ମ ସଦସ୍ୟ ରହିବେ । କୋଷ୍ଟା ରିକାର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଡାୟାଲା ଜିମେନ୍ସ ଉଭୟ ପକ୍ଷରୁ ମାମଲାର ଶୁଣାଣି କରିବେ । ସେହିପରି ଗ୍ରୀସ ସଦସ୍ୟ ତଥା ସିଙ୍ଗାପୁର ନାସନାଲ ୟୁନିଭର୍ସସିଟିର ପ୍ରଫେସର ଷ୍ଟାବରୋସ୍ ବ୍ରେକୌଲାକିସ୍ ଓସଚାଡବ୍ୟାଙ୍କ ତରଫରୁ ନିଯୁକ୍ତ କରାଯାଇଛି । ସେହିପରି ଭାରତ ପୂର୍ବତନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ରୁଷ ପକ୍ଷରୁ ମାମଲା ଲଢ଼ିବେ ।
ଏହା ପୂର୍ବରୁ ଚନ୍ଦ୍ରଚୂଡ଼ଙ୍କ ଅନ୍ୟ ମାମଲା ଲଢ଼ିବାକୁ ରୁଷ ପକ୍ଷରୁ ପ୍ରସ୍ତାବ ମିଳିଥିବାବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।