ମାଙ୍କଡ଼ ହାତରେ ଛୁରୀ ଦେଖି ଲୋକେ ଭୟଭୀତ, ନେଇ ନାହିଁ କାହାରି ଜୀବନ
Khabar Odisha:International-Knife-in-monkey-hand-in-Brazil-as-people-fere

ନୂଆଦିଲ୍ଲୀ, ଜୁନ୍ ୨୬ (ଖବର ଓଡ଼ିଶା): କୁହାଯାଇଥାଏ ଯେ, ମୁର୍ଖ ବ୍ୟକ୍ତିଙ୍କ ହାତରେ କୌଣସି ଶକ୍ତି ନ ଆସିବା ଦରକାର । କାରଣ ଏହାର ଦୁରୁପଯୋଗ ହେବାର ଆଶଙ୍କା ରହିଛି । କିନ୍ତୁ ଏହା ଏକ ପ୍ରକାର ସତ ପ୍ରମାଣିତ ହୋଇଛି । ବ୍ରାଜିଲରେ ଏକ ମାଙ୍କଡ଼ ହାତରେ ବଡ଼ଧରଣର ଛୁରୀ ଦେଖିବାକୁ ମିଳିଛି । ଫଳରେ ସହରରେ ଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି । 

ବ୍ରାଜିଲର ପିୟାଉଇ ରାଜ୍ୟର କୋରେଣ୍ଟରେ ମାଙ୍କଡ଼ ହାତରେ ଛୁରୀ ଥିବା ଦେଖିବାକୁ ପାଇଥିଲେ । ଏଠାରେ ଏକ ବଡ଼ ନ୍ୟାଶନାଲ ପାର୍କ ରହିଛି । ମାଙ୍କଡ଼ ହାତରେ ଛୁରୀ ଥିବାର ଏକ ଫୁଟେଜ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଫୁଟେଜରେ ମାଙ୍କଡଟି ଶପିଂ ସେଣ୍ଟରର ବାଲକୋନିରେ ଦେଖାଯାଉଛି । ମାଙ୍କଡଟି ଆଖପାଖ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ଡରାଉଛି । ଏହା ପରେ ଛୁରୀକୁ କାନ୍ଥରେ ଘଷୁଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି । 

ଡେଲିଷ୍ଟାର ରିପୋର୍ଟ ଅନୁସାରେ ସ୍ଥାନୀୟ ଅଞ୍ଚଳର ଏଲେସାଣ୍ଡ୍ରା ଗୁଏରା ନାଁରେ ଜଣେ ବ୍ୟକ୍ତି ଭିଡିଓ ରେକଡିଂ କରିଛନ୍ତି । ସେ କହିଛନ୍ତି ଯେ, ମାଙ୍କଡଟି ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ସହରରେ ଆତଙ୍କ ଖେଳାଇଛି । ଛୁରୀରେ ସେ କିଛି ଛାତକୁ କ୍ଷତି ପହଞ୍ଚାଇଛି । ଏହି ସମୟରେ ମାଙ୍କଡଟି ଉଗ୍ର ରୂପ ଧାରଣ କରିଛି । କିନ୍ତୁ ଖୁସିର କଥା ଯେ, ମାଙ୍କଡଟି କୌଣସି ବ୍ୟକ୍ତିକୁ ଆକ୍ରମଣ କରିନାହିଁ ।

 

  • Tags:

Subscribe

National International State Sports Entertainment