ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି: ସଂସଦକୁ ଅକ୍ତିଆର କଲେ ପ୍ରଦର୍ଶନକାରୀ
Khabar Odisha:International-Iraqi-protesters-capture-parliament-in-Baghdad-green-zone-situation-like-Sri-Lanka

ବାଗଦାଦ, ଜୁଲାଇ ୨୮ (ଖବର ଓଡ଼ିଶା): ଇରାକରେ ଏବେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିଛି । ପ୍ରଦର୍ଶନକାରୀମାନେ ଶାସକ ଦଳକୁ ତୀବ୍ର ବିରୋଧ କରିଛନ୍ତି । ରାଜଧାନୀ ବାଗଦାଦରେ ବୁଧବାର ଆକ୍ରେଶିତ ଶହ ଶହ ପ୍ରଦର୍ଶନକାରୀ ସଂସଦ ଭବନକୁ ପ୍ରବେଶ କରିବା ସହ ଅକ୍ତିଆର କରିନେଇଛନ୍ତି । ଅଲଜଜୀରା ରିପୋର୍ଟ ଅନୁସାରେ ଅଧିକାଂଶ ପ୍ରଦର୍ଶନକାରୀ ଇରାକ ଶିୟା ନେତା ମୁକତଦା ଅଲ ସଦରଙ୍କ ସମର୍ଥକ । ପ୍ରଦର୍ଶନକାରୀ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଲାଗି ପୂର୍ବତନ ମନ୍ତ୍ରୀ ପ୍ରାନ୍ତୀୟ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ ସୁଦାନୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି । 

ପ୍ରଦର୍ଶନକାରୀ ବୁଧବାର ବାଗଦାଦର ଉଚ୍ଚ ସୁରକ୍ଷାଯୁକ୍ତ ଗ୍ରୀନ ଜୋନ, ସରକାରୀ ଭବନରେ ପ୍ରବେଶ କରିଛନ୍ତି । ଏହା ପରେ ସଂସଦରେ ପ୍ରବେଶ କରିଛନ୍ତି । ମାତ୍ର ଘଟଣା ସମୟରେ କୌଣସି ସାଂସଦ ଉପସ୍ଥିତ ନ ଥିଲେ । ରିପୋର୍ଟ ଅନୁସାରେ ସଂସଦ ଭବନ ଭିତରେ କେବଳ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରେ ପ୍ରବେଶ କରିବାକୁ ଦେଇଥିଲେ । ପୋଲିସ ଅଟକାଇବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲା । 

 

  • Tags:

Subscribe

National International State Sports Entertainment