ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଚେତାବାନୀ, କରୋନା ଯୋଗୁଁ ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି
Khabar Odisha:International-IMF-warns-coronavirus-COVID-19-will-hurt-global-economy-way-worse-than-2008-financial-crisis

ଜେନିଭା, ଏପ୍ରିଲ ୦୪ (ଖବର ଓଡ଼ିଶା): ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପରିଚାଳନା ନିର୍ଦ୍ଦେଶକ ଖ୍ରୀଷ୍ଟାଲିନା ଜିଓରଗିଭିଆ ଚେତାବନୀ ଦେଇଛନ୍ତି ଯେ, କରୋନା ଭାଇରସ ଯୋଗୁଁ ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ । ଆମକୁ ୨୦୦୮ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ବର୍ତ୍ତମାନ ବିଶ୍ୱରେ ସଂକଟ ଦେଖାଯାଇଛି । ସମଗ୍ର ବିଶ୍ୱରେ ଏବେ କରୋନା ପାଇଁ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସଂକଟସ୍ଥିତିରେ ପହଞ୍ଚିଛି । କୋଭିଡ-୧୯ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି । 

ଆଇଏମଏଫ ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ଜୀବନ ବଞ୍ଚାଇବାର ସମୟ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏଯାଏଁ ବିଶ୍ୱରେ ୧୦ ଲକ୍ଷ ଲୋକ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଆମେରିକା, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଭଳି ଦେଶଗୁଡ଼ିକରେ ସ୍ଥିତି ନିୟନ୍ତ୍ରଣ ବାହାରେ । 

 

  • Tags:

Subscribe

National International State Sports Entertainment