ଫ୍ରାନ୍ସକୁ ବଡ଼ ସଫଳତା: ମାଲିରେ ଉତ୍ତର ଆଫ୍ରିକାର ଅଲକାଏଦା ମୁଖ୍ୟ ଅବଦେଲମାଲେକ ନିହତ
Khabar Odisha:International-French-forces-killed-Al-Qaeda-North-Africa-chief-Abdelmalek-Droukdel-in-Mali

ପ୍ୟାରିସ, ଜୁନ ୦୬ (ଖବର ଓଡ଼ିଶା):  ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରି ଫ୍ରାନ୍ସକୁ ବଡ଼ ସଫଳତା ମିଳିଛି । ଫ୍ରାନ୍ସ କହିଛି ଯେ, ଉତ୍ତର ଆଫ୍ରିକାର ଅଲକାଏଦା ମୁଖ୍ୟ ଅବଦେଲମାଲେକ ଡକଡେଲକୁ ନିହତ କରାଯାଇଛି । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି, ମାଲିରେଏହି ଅପରେଶନ ସମୟରେ ଇସଲାମିକ ଷ୍ଟେଟ ଗ୍ରୁପର ବରିଷ୍ଠ କମାଣ୍ଡରକୁ ନିହତ କରାଯାଇଛି । ଏହା ଆତଙ୍କବାଦୀଙ୍କ ବିରୋଧରେ ବଡ଼ ସଫଳତା । ଆମର ସେନା ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଜାରି ରଖିବ । ବର୍ଷ ୨୦୧୩ରୁ ମାଲିରେ ହଜାର ହଜାର ଫ୍ରାନ୍ସ ସୈନିକ ମୁତୟନ ହୋଇଛନ୍ତି । 

ଅଲକାଏଦା ଇସଲାମିକ ମଜରେବର ମୁଖ୍ୟ ଅବଦେଲମାଲେକ ଉତ୍ତର ଆମେରିକାରେ ଅଲକାଏଦାର ସମସ୍ତ ଅପରେଶନକୁ ପରିଚାଳନା କରୁଥିଲା ।ଏଥି ସହିତ ଅଲକାଏଦାର ଜମାତ ନୁସରତ ଅଲ-ଇସ୍ଲାମ ବଳ ମୁସଲିମିମ ମଧ୍ୟ ନେତୃତ୍ୱ ନେଉଥିଲା । ସେ ଆଫଗାନିସ୍ତାରେ ମଧ୍ୟ ଲଢ଼େଇ ଜାରି ରଖିଥିଲା । ବର୍ଷ ୨୦୧୨ରେ ଆଲଜିରିଆର ଅଦାଲତରେ ତାକୁ ମୃତ୍ୟୁ ଦଣ୍ଡ ମିଳିଥିଲା । ତା ଦ୍ୱାରା କରାଯାଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଚାଲିଥିଲା । ଆଲଜେରିଆରେ ୨୦୦୭ରେ ବୋମା ବିସ୍ଫୋରଣରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣ ପାଇଁ ଅବଦେଲମାଲେକ ଷଡଯନ୍ତ୍ର କରିଥିଲା । ସେହିଦିନ ଠାରୁ ତାକୁ ଖୋଜା ଚାଲିଥିଲା । 

 

  • Tags:

Subscribe

National International State Sports Entertainment