କରୋନା: ସାମାଜିକ ଦୂରତ୍ୱ ପାଇଁ କ’ଣ କରୁଛନ୍ତି ଆପଣ, ଗୁଗଲ କଲା ଏହି କାମ
Khabar Odisha:International-France-Coronavirus-google-decide-to-publish-user-location-data-amidst-lockdown

ପ୍ୟାରିସ, ଏପ୍ରିଲ ୦୪ (ଖବର ଓଡ଼ିଶା): ଗୁଗଲ ପୂରା ବିଶ୍ୱରେ ନିଜର ଉପଯୋଗକାରୀଙ୍କ ଲୋକେଶନ ଡାଟା ସେୟାର କରିବାକୁ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ସରକାରଙ୍କୁ କୋଭିଡ-୧୯ ସହ ମୁକାବିଲା ପାଇଁ ସହଜ ହେବ । ସାମାଜିକ ଦୂରତ୍ୱ ରଖିବା ପାଇଁ ଗୁଗଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । 

ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଜଣାଶୁଣା କମ୍ପାନୀର ଏକ ବ୍ଲଗରେ ହୋଇଥିବା ଏକ ପୋଷ୍ଟ ଅନୁସାରେ ୧୩୧ ଦେଶରେ ଉପଯୋଗକାରୀଙ୍କ ଯାତାୟତ ରିପୋର୍ଟ ଏକ ସ୍ୱତନ୍ତ୍ର ୱେବସାଇଟରେ ଉପଲବ୍ଧ କରାଯିବ । ଭୂଗୋଳ ସହାୟତାରେ ସମୟ କ୍ରମେ ଲୋକଙ୍କର ସ୍ଥିତି ସଂପର୍କରେ ଏଥିରେ ତଥ୍ୟ ଦିଆଯିବ । 

ଗୁଗଲ ମାନଚିତ୍ରର ମୁଖ୍ୟ ଜେନ ଫିଟଜପେଟ୍ରିକ ଓ କଂପାନୀର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କେରେନ ଡିସାଲଭେଙ୍କ ପୋଷ୍ଟରରେ କୁହାଯାଇଛି ଯେ, ପାର୍କ, ଦୋକାନ, ଘର ଓ କାର୍ଯ୍ୟସ୍ଥଳ ଭଳି ସ୍ଥାନକୁ ଜଣେ ବ୍ୟକ୍ତି କେତେ ଥର ଯାଉଛନ୍ତି, ତାହା ତଥ୍ୟ ହାସଲ କରିବ । ସେ କହିଛନ୍ତି, ଉଦାହରଣ ସ୍ୱରୂପ ଫ୍ରାନ୍ସରେ ତଥ୍ୟ ଅନୁସାରେ ସାଧାରଣ ଦିନଗୁଡ଼ିକର ତୁଳନାରେ ରେଷ୍ଟୁରାଣ୍ଟ, କାଫେ, ବଜାର, ସଂଗ୍ରହାଳୟ ଓ ଥିମ ପାର୍କରେ ଏବେ ୮୮ ପ୍ରତିଶତ ଲୋକ ସଂଖ୍ୟା ହ୍ରାସ ପାଇଛି । ସ୍ଥାନୀୟ ଲକଡାଉନ ଘୋଷଣା ହେବା ପରେ ସ୍ଥାନୀୟ ଦୋକାନ ଯାଉଥିବା ଲୋକଙ୍କ ୪୦ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ୭୨ ପ୍ରତିଶତ କମ ଥିଲା । ଗୁଗଲର ଜଣେ ଅଧିକାରୀ କହିଛନ୍ତି, ଏହି ଉଦ୍ୟମ ଯୋଗୁଁ କରୋନା ଭାଇରସ ନିୟନ୍ତ୍ରଣରେ ସହଯୋଗ ମିଳିବ । 

 

  • Tags:

Subscribe

National International State Sports Entertainment