ବିଶ୍ୱରେ କରୋନା: ୨୪ ଘଣ୍ଟାରେ ୪.୮୩ ଲକ୍ଷ ସଂକ୍ରମିତ, ୩.୨୩ ଲକ୍ଷ ଆକ୍ରାନ୍ତ ସୁସ୍ଥ
Khabar Odisha:International-Corona-virus-death-toll-reaches-4167lakh-1943-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୨୫ (ଖବର ଓଡ଼ିଶା): ସମଗ୍ର ବିଶ୍ୱରେ କରୋନା ଭାଇରସ ମହାମାରୀ କାୟା ବଢ଼ାଇ ଚାଲିଛି । ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୮୨ ହଜାର ୪୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୨୩ ହଜାର ୫୨୭ ଜଣ ଆକ୍ରାନ୍‌ତ ସୁସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ ୭ ହଜାର ୯୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୪୩ ଲକ୍ଷ ୬୨ ହଜାର ୬୧୯ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୬୭ ହଜାର ୬୬୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୬୪ ଲକ୍ଷ ୪୩ ହଜାର ୭୧୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୭ ଲକ୍ଷ ୫୧ ହଜାର ୨୩୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୨ହଜାର ୮୯୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୧ ଲକ୍ଷ ୮୨ ହଜାର ୧୦୫କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୬ ହଜାର ୭୦୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୫ ଲକ୍ଷ ୭ ହଜାର ୧୨୩ ଲୋକ ସୁସ୍ଥ ହୋଇଥିବା ବେଳେ ୫୦ ଲକ୍ଷ ୪୮ ହଜାର ୨୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୬ ହଜାର ୭୮୯ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୬ଲକ୍ଷ ୭୦ହଜାର ୫୩୪ ସଂକ୍ରମିତ, ୫ଲକ୍ଷ ୪୯ ହଜାର ୫୦୦ମୃତ

ଋଷିଆ: ୬୧ ଲକ୍ଷ ୨ ହଜାର ୪୬୯ ସଂକ୍ରମିତ, ୧ଲକ୍ଷ ୫୨ ହଜାର ୯୫ ମୃତ 

ଫ୍ରାନ୍ସ: ୫୯ ଲକ୍ଷ ୭୮ ହଜାର ୬୯୫ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୬୧୬ ମୃତ 

ୟୁକେ: ୫୬ ଲକ୍ଷ ୬୯ ହଜାର ୨୬୦ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୧୩୦ ମୃତ 

ତୁର୍କୀ: ୫୫ ଲକ୍ଷ ୮୭ ହଜାର ୩୭୮ ସଂକ୍ରମିତ, ୫୦ ହଜାର ୮୭୯ ମୃତ

ଆର୍ଜେଣ୍ଟିନା: ୪୮ ଲକ୍ଷ ୩୯ ହଜାର ୧୦୯ ସଂକ୍ରମିତ, ୧ ଲକ୍ଷ ୩ ହଜାର ୫୮୪ମୃତ

କଲୋମ୍ବିଆ: ୪୭ ଲକ୍ଷ ୧୬ ହଜାର ୭୯୮ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୫୩୮ମୃତ 

ଇଟାଲି: ୪୩ ଲକ୍ଷ ୧୨ ହଜାର ୬୭୩ ସଂକ୍ରମିତ, ୧ଲକ୍ଷ ୨୭ ହଜାର ୯୪୨ମୃତ 

ସ୍ପେନ: ୪୨ ଲକ୍ଷ ୮୦ ହଜାର ୪୨୯ ସଂକ୍ରମିତ, ୮୧ ହଜାର ୨୨୧ ମୃତ

 

  • Tags:

Subscribe

National International State Sports Entertainment