ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡ଼ିଶା): କରୋନା ସଂକ୍ରମଣ ପୁଣି ଥରେ ଉପର ମୁହାଁ ହୋଇଛି। କେବଳ ଆମେରିକା ଓ ଫ୍ରାନ୍ସରେ ପାଖାପାଖି ୧୦ ଲକ୍ଷ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆମେରିକାରେ ୬ ଲକ୍ଷ ୨୮ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ସେହିପରି ଫ୍ରାନ୍ସରେ ଗୋଟିଏ ଦିନରେ ୩ ଲକ୍ଷ ୬୮ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ସଂକ୍ରମଣ ସମଗ୍ର ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୭ ଲକ୍ଷ ୧୫ ହଜାର ୭୯୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୯ ଲକ୍ଷ ୨୪ ହଜାର ୩୬୯ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୭୫୯ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଗୋଟିଏ ଦିନରେ ୧୮ ଲକ୍ଷ ୮୨ ହଜାର ୮୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଭାରତ ସମେତ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୧ କୋଟି ୩୮ ଲକ୍ଷ ୫୪ ହଜାର ୪୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୬ କୋଟି ୧୬ ଲକ୍ଷ ୧୨ ହଜାର ୯୯୩ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୨୦ ହଜାର ୫୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ କୋଟି ୬୭ ଲକ୍ଷ ୨୦ ହଜାର ୮୩୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୫ ହଜାର ୩୩୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୬ ଲକ୍ଷ ୩୦ ହଜାର ୧୪୨ ସଂକ୍ରମିତ, ୬ ଲକ୍ଷ ୨୦ ହଜାର ୨୮୧ ମୃତ
ବ୍ରିଟେନ: ୧ କୋଟି ୪୭ ଲକ୍ଷ ୩୨ ହଜାର ୫୯୪ ସଂକ୍ରମିତ, ୧ ଲକ୍ଷ ୫୦ ହଜାର ୬୦୯ ମୃତ
ଫ୍ରାନ୍ସ: ୧ କୋଟି ୨୫ ଲକ୍ଷ ୭୩ ହଜାର ୩୬୩ ସଂକ୍ରମିତ, ୧ ଲକ୍ଷ ୨୬ ହଜାର ୫୯ ମୃତ
ରୁଷିଆ: ୧ କୋଟି ୬ ଲକ୍ଷ ୮୪ ହଜାର ୨୦୪ ସଂକ୍ରମିତ, ୩ ଲକ୍ଷ ୧୭ ହଜାର ୬୮୭ ମୃତ
ତୁର୍କୀ: ୧ କୋଟି ୧ ଲକ୍ଷ ୧୭ ହଜାର ୯୫୪ ସଂକ୍ରମିତ, ୮୩ ହଜାର ୯୮୦ ମୃତ
ଇଟାଲି: ୭୭ ଲକ୍ଷ ୭୪ ହଜାର ୮୬୩ ସଂକ୍ରମିତ, ୧ ଲକ୍ଷ ୩୯ ହଜାର ୫୫୯ ମୃତ
ଜର୍ମାନୀ: ୭୬ ଲକ୍ଷ ୩୧ ହଜାର ୪୫୩ ସଂକ୍ରମିତ, ୧ ଲକ୍ଷ ୧୫ ହଜାର ୨୭୪ ମୃତ
ସ୍ପେନ: ୭୫ ଲକ୍ଷ ୯୨ ହଜାର ୨୪୨ ସଂକ୍ରମିତ, ୯୦ ହଜାର ୩୮୩ମୃତ
ଆର୍ଜେଣ୍ଟିନା: ୬୫ଲକ୍ଷ ୩୩ ହଜାର ୬୩୫ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୫୯୫ ମୃତ