ବଢିଲା ସଂକ୍ରମଣ, ଫେରିଲା ଲକଡାଉନ୍‌
Khabar Odisha:Increased-infection-Lockdown-returned
ବେଜିଂ, ସେପ୍ଟେମ୍ବର ୧୪(ଖବର ଓଡିଶା):

ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ । ଏହାରି ଭିତରେ କରୋନାର ଡେଲ୍ଟା ଭ୍ୟାରଏଣ୍ଟକୁ ନେଇ ଚିନ୍ତା ବଢିଯାଇଛି । ଡେଲ୍ଟା ଭ୍ୟାରିଏଣ୍ଟ ଏବେ ଚାଇନାରେ ଉତ୍କଟ ସ୍ଥିତି ସୃଷ୍ଟି କରିଛି । ଡେଲ୍ଟା ଭ୍ୟାରିଏଣ୍ଟ ସଂକ୍ରମଣ ବଢୁଥିବାରୁ ପୁଣି ଥର ଚାଇନାରେ ଲକଡାଉନ ଭଳି କଡା ନିୟମକୁ ଲାଗୁ କରାଯାଇଛି । 

ଦକ୍ଷିଣପୂର୍ବରେ ଥିବା ଫୁଜନିଆନ ପ୍ରଦେଶରେ ଗୋଟିଏ ସହରରୁ ୧୨ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବାରୁ ପ୍ରଶାସନ ପକ୍ଷରୁ ସେଠାରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି । ସୂଚନା ଅନୁସାରେ ଏହି ସହରରେ ପ୍ରାୟ ୪.୫ ନିୟୂତ ଲୋକ ବସବାସ କରିଥାନ୍ତି । ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତଙ୍କୁ ଏବେ ଘରେ ରହିବାକୁ କୁହାଯାଇଛି । 

ଉକ୍ତ ସହରରେ କେବଳ ଜରୁରୀ ସେବାକୁ ଛାଡି ଆଉ ସବୁ କିଛିକୁ ବନ୍ଦ କରାଯାଇଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ସମସ୍ତ ଆବାସିକ ଅଞ୍ଚଳ ଓ ଗାଁ ଗୁଡିକର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ କରାଯାଇଛି । ଏହାସହିତ ବାର ଓ ଜିମ୍ ଭଳି ପ୍ରତିଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସେପଟେ ଉକ୍ତ ସହରରେ ଲକଡାଉନ କରିବା ସହ ସମସ୍ତଙ୍କ କରୋନା ଟେଷ୍ଟ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବିଦେଶ ଗସ୍ତ କରିନଥିଲେ । ସମସ୍ତେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଥିବାରୁ ପ୍ରଶାସନର ଚିନ୍ତା ଆହୁରୀ ବଢିଯାଇଛି ।

  • Tags:

Subscribe

National International State Sports Entertainment