ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନିଷ୍ପତ୍ତିରେ ବିଶ୍ୱ ରାଜନୀତିରେ ଚହଳ ପକାଇଛନ୍ତି । ୟୁରୋପର ଅନେକ ଦେଶ ଆମେରିକାର ଏହି ପରବର୍ତ୍ତନଶୀଳ ରାଜନୀତି କାରଣରୁ ସମସ୍ୟାରେ ପଡିଛନ୍ତି । ଏହି କ୍ରମରେ ଏବେ ଫ୍ରାନ୍ସ ମଧ୍ୟ ଆମେରିକା ପ୍ରଶାସନକୁ ଧମକ ଦେଇଛି ।
ଫ୍ରାନ୍ସର ସାମାଜିକ କର୍ମୀ ତଥା ଡେମୋକ୍ରାଟିକ ଦଳର ନେତା ରାଫେଲ ଗ୍ଲାଇକ୍ସମ୍ୟାନ ଟ୍ରମ୍ପଙ୍କ ଟାରିଫ ନୀତିର ଘୋର ସମାଲୋଚନା କରିଛନ୍ତି । ସେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୁଁ ସେହି ଆମେରିକୀୟଙ୍କୁ କହିବାକୁ ଚାହୁଁଛି ଯେ, ଯେଉଁମାନେ ବୈଜ୍ଞାନିକଙ୍କୁ କାମରୁ କାଢି ଦେଉଛନ୍ତି, ଅତ୍ୟାଚାରୀଙ୍କ ସମର୍ଥନ ଦେଉଛନ୍ତି, ସେମାନଙ୍କୁ ଏବେ ଫ୍ରାନ୍ସ ଦ୍ୱାରା ୧୮୮୬ରେ ଉପହାରରେ ଦିଆଯାଇଥିବା ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ଫେରାଇ ଦେବା ଉଚିତ୍ ।
ପୋଲିଟିକୋଙ୍କ ଅନୁାରେ ଗ୍ଲାଇକ୍ସମ୍ୟାନ କହିଛନ୍ତି, ଫ୍ରାନ୍ସ ଆପଣଙ୍କୁ ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ଉପହାରସ୍ୱରୂପ ଦେଇଥିଲେ । କିନ୍ତୁ ଆପଣ ଏହାର ସମ୍ମାନ କରୁ ନାହାନ୍ତି । ଏହାକୁ ଆପଣ ତୁଚ୍ଛ ମଣୁଛନ୍ତି । ଏଥିପାଇଁ ଆପଣ ଏହାକୁ ଫେରାଇ ଦିଅନ୍ତୁ । ଷ୍ଟାଚ୍ୟୁ ଫ୍ରାନ୍ସରେ ଠିକରେ ଉଚିତ ସମ୍ମାନର ସହ ରହିବ ।
ଗ୍ଲାଇକ୍ସମ୍ୟାନ ଟ୍ରମ୍ପଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଟ୍ରମ୍ପ ପ୍ରଶାସନ ଲଗାତାର ଭଲ ଲୋକଙ୍କକୁ କାମରୁ ବହିଷ୍କାର କରୁଛନ୍ତି । ଯଦି ଆମେରିକା ଉତ୍ତମ ଲୋକଙ୍କୁ ନିଜର ଚାକିରିରେ ରଖିବ ତେବେ ଏହା ଫ୍ରାନ୍ସ ପାଇଁ ଲାଭଦାୟୀ ହେବ । ଏହି ଲୋକ ୟୁରୋପକୁ ଆସନ୍ତୁ ଏବଂ ୟୁରୋପୀୟ ଅର୍ଥବ୍ୟବସ୍ଥାକୁ ବଢାଇବାରେ ସାହାଯ୍ୟ କରନ୍ତୁ ।
ସୂଚନାଯୋଗ୍ୟ, ଷ୍ଟାଚ୍ୟୁ ଅଫ ଲିବର୍ଟିର ଅନାବରଣ ୧୮୮୬ ଅକ୍ଟୋବର ୨୮ ତାରିଖରେ ନ୍ୟୁୟର୍କର ବନ୍ଦରରେ ହୋଇଥିଲା । ଏହାକୁ ଫ୍ରାନ୍ସ ଆମେରିକାର ସ୍ୱାଧୀନତା ଘୋଷଣାର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପହାରରେ ପ୍ରଦାନ କରିଥିଲା । ଏହାର ଡିଜାଇନ ଫ୍ରାନ୍ସିସ ଅଗଷ୍ଟେ ବାର୍ଥୋଲଡି କରିଥିଲେ । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ସିନ ନଦୀରେ ଏକ ଛୋଟ ଦ୍ୱୀପରେ ଏହି ପ୍ରତୀମାର ଛୋଟ ମୂର୍ତ୍ତି ସ୍ଥାପନ କରାଯାଇଛି ।