ଇସଲାମାବାଦ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ପାକିସ୍ତାନରେ ଜଣେ ପିତା ନିଜର ସନ୍ତାନକୁ ଜୀଅନ୍ତା ଜାଳି ଦେଇଛି । ୧୨ ବର୍ଷ ବୟସର ପୁଅର ଏତିକି ଭୁଲ ଥିଲା ଯେ, ହୋମୱାର୍କ କରି ନଥିଲା । ଏହି କାରଣରୁ ପିତା ରାଗରେ ଜର୍ଜରିତ ହୋଇ ନିଜର ପୁଅକୁ ଜୀବନ୍ତ ଜାଳି ଦେଇଥିଲା । ଗୁରୁତର ଅବସ୍ଥାରେ ପୁଅକୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଥିଲା ।
ଡନ ନ୍ୟୁଜର ରିପୋର୍ଟ ଅନୁସାରେ ଏହି ଘଟଣା ଚଳିତ ମାସ ୧୪ ତାରିଖରେ ଘଟିଛି । ଅଭିଯୁକ୍ତ ପିତା ନଜୀର ନିଜର ପୁଅ ଶହୀରରେ ପ୍ରଥମେ କିରୋସିନ ଢାଳି ଥିଲା ଏହା ପରେ ନିଆଁ ସଂଯୋଗ କରିଥିଲା । ମୃତ ପୁଅର ମା’ଙ୍କ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପିତା ଗିରଫ ହୋଇଛି ।
ରିପୋର୍ଟ ଅନୁସାରେ ନାବାଳକଟି ନିଆଁରେ ଜଳିବା ପରେ ଛଟପଟ ହେଉଥିଲା । ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଶହୀରକୁ ବଂଚାଇ ପାରି ନଥିଲେ । ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି ।