ବ୍ରାଜିଲରେ ବଢିଲା କଳା-ଗୋରା ଭେଦଭାବ, କୃଷ୍ଣକାୟ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ସୁରକ୍ଷା କର୍ମୀ, ଭିଡ଼ିଓ ଭାଇରାଲ
Khabar Odisha:A-white-security-guard-in-the-Brazilian-supermarket
ବ୍ରାଜିଲ,ନଭେମ୍ବର 20 (ଖବର ଓଡ଼ିଶା):

 ବ୍ରାଜିଲ ସୁପର ମାର୍କେଟର ଜଣେ ଗୋରା ସିକ୍ୟୁରିଟି ଗାର୍ଡ  ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଘଟଣା ପୋର୍ଟ ଅଲର୍ଜ ସହରରେ ଘଟିଛି। ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଘଟଣାକୁ ନେଇ କମ୍ପାନୀ ତରଫରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି। କିନ୍ତୁ ତା’ସତ୍ତ୍ୱେ ଲୋକଙ୍କ କ୍ରୋଧ ଥଣ୍ଡା ହେବାର ନାଁ ନେଉନାହିଁ।

୧୦ ସେକେଣ୍ଡର ଏହି ଭିଡିଓ ଯୋଗୁଁ ବ୍ରାଜିଲର ଅନେକ ସହରରେ ହଙ୍ଗାମା ହୋଇଯାଇଛି। ସୁପର ମାର୍କେଟର ଗୋରା ସିକ୍ୟୁରିଟି ଗାର୍ଡ କୃଷ୍ଣକାୟ ଯୁବକଙ୍କୁ ଲାତ ଗୋଇଠା ମାରୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଏକ ନ୍ୟୁଜ ଚାନେଲ୍ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛି ଯେ ଏହି ଯୁବକ ଜଣକ ଦୋକାନକୁ ଯାଇ ମହିଳା ଷ୍ଟୋର ମ୍ୟାନେଜରଙ୍କୁ ମାରିବାକୁ ଧମକ ଦେଇଥିଲେ। ଏହାପରେ ସେଠାକାର ଜଣେ କର୍ମଚାରୀ ସିକ୍ୟୁରିଟି ଗାର୍ଡଙ୍କୁ ଡାକି ତାଙ୍କୁ ସେଠାରେ ବାହାର କରିବାକୁ କହିଥିଲେ।

ସମାଚାର ଏଜେନ୍ସି ରାଇଟର୍ସ ଅନୁସାରେ, ସୁପର ମାର୍କେଟ ବାହାରେ ଲୋକେ ଲଗାତାର ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ଅନ୍ୟ ସହରମାନଙ୍କରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ସୁପର ମାର୍କେଟ ଫ୍ରାନ୍ସର ଏକ କମ୍ପାନୀ ଚଳାଏ। ବ୍ରାଜିଲରେ ଏହାର ଅନେକ ବ୍ରାଞ୍ଚ ରହିଛି। ସ୍ଥାନୀୟ ଲୋକ ଉତକ୍ଷିପ୍ତ ହୋଇ ଅନେକ ବ୍ରାଞ୍ଚର କାଚ ଭାଙ୍ଗି ଦେଇଛନ୍ତି। 

  • Tags:

Subscribe

National International State Sports Entertainment