ଦକ୍ଷିଣ-ପୂର୍ବ ସ୍ପେନ୍ର ମର୍ସିଆରେ ଥିବା ନାଇଟ କ୍ଲବରେ ହୋଇଛି ଭୟାବହ ଅଗ୍ନିକାଣ୍ଡ । ରବିବାର ସକାଳେ ଏକ ନାଇଟ୍ କ୍ଲବ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଥିରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସୁରକ୍ଷା ଏବଂ ଉଦ୍ଧାର କର୍ମୀ ପହଞ୍ଚି ରେସ୍କ୍ୟୁ କାର୍ଯ୍ୟରେ ଲାଗିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସ୍ପେନ୍ର ଜରୁରୀକାଳନୀ ସେବା ବିଭାଗ ତରଫରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ, ଦୁଇ ମହଲା ବିଶିଷ୍ଟ ଏହି କ୍ଲବ୍ର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ସହରର ଟାଉନ୍ ହଲ୍ ପକ୍ଷରୁ ଏହି ଘଟଣାରେ ଗମ୍ଭୀର ଶୋକ ବ୍ୟକ୍ତ କରାଯାଇଛି। ପୋଲିସ ଅନୁସାରେ ଆହତ ବ୍ୟକ୍ତିଙ୍କ ନିଃଶ୍ୱାସ ନେବା ବେଳେ ନାକ ବାଟେ ଧୂଆଁ ପଶିଯିବାରୁ ଏମାନେ ଗୁରୁତର ଆହତ ହୋଇପଡ଼ିଥିଲେ । ମୃତ୍ୟୁବରଣ କରିଥିବା ଲୋକଙ୍କ ଶରୀର ପୁରା ପୋଡ଼ିଯାଇଛି । ତେବେ ଏହି ଦୁଃଖଦାୟକ ଘଟଣାରେ ମର୍ସିଆର ମେୟର ଜୋସ୍ ବେଲେଷ୍ଟା ସହରରେ ୩ ଦିିନିଆ ଶୋକ ଘୋଷଣା କରିଛନ୍ତି।
ସ୍ଥାନୀୟ ସମୟ ସକାଳ ପ୍ରାୟ ୬ଟାରେ ନାଇଟ୍ କ୍ଲବ୍ରେ ଭୀଷଣ ନିଆଁ ଲାଗିଥିଲା। ସୂଚନା ପାଇ ଅଗ୍ନିଶମ ଏବଂ ଉଦ୍ଧାର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ସ୍ଥାନୀୟ ପୋଲିସର କହିବା ଅନୁସାରେ, ଶନିବାର ରାତିରେ କ୍ଲବ୍ରେ ଏକ ବାର୍ଥ ଡେ’ ପାର୍ଟି ଚାଲିଥିଲା। ମୃତ୍ୟୁ ବାରଣ କରିବା ଲୋକ ସେହି ଗ୍ରୁପ ର ଅଛନ୍ତି ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ :ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ : ବର, କନ୍ୟାଙ୍କ ସହିତ ଚାଲିଗଲା ୧୦୦ରୁ ଅଧିକ ଲୋକଙ୍କର ଜୀବନ