ଭୟଙ୍କର ଭୂକମ୍ପରେ ଥରିଲା ଦକ୍ଷିଣ-ପୂର୍ବ ତୁର୍କୀ ଓ ସିରିଆ,ମୃତ୍ୟୁସଂଖ୍ୟା ୨୦୦ କୁ ବୃଦ୍ଧି
Khabar Odisha:7-8-magnitude-earthquake-in-turkey-100-dead-as-buildings-collapse
ଖବର ଓଡିଶା : 06/02/2023:

ଭୟଙ୍କର ଭୂକମ୍ପରେ ଥରିଲା ଦକ୍ଷିଣ-ପୂର୍ବ ତୁର୍କୀ ଓ ସିରିଆ । ଆଜି ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତିବ୍ରତା 7.8 ରେକର୍ଡ । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭ କିଲୋମିଟର ଗଭୀରତାରେ ରହିଛି ବୋଲି ସୂଚନା | ତୁର୍କୀ ସମେତ ଇସ୍ରାଏଲ ମଧ୍ୟ ଭୂମିକମ୍ପ ହୋଇଛି । ଏବେ ସୁଦ୍ଧା ସିରିୟାରେ ୯୦ ଜଣଙ୍କର ମୃତ୍ୟୁ ହୋଇଯାଛି । ତେବେ ସିରିୟା ଓ ତୁର୍କୀରେ ପାଖାପାଖି ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା। ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଟେଂପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଭୂମିକମ୍ପର ବିଭିନ୍ନ ଭୟାନକ ଚିତ୍ର ସାମନାକୁ ଆସିଛି । ଭୂମିକମ୍ପ ଯୋଗୁଁ ଲୋକେ ଭୟରେ ଏଣେ ତେଣେ ଦଉଡୁଥିବା ବେଳେ କିଛି ଲୋକ ଉଚ୍ଚ ବିଲ୍ଡିଂରୁ ତଳକୁ ଖସି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଚାରି ଚାରିଥର ଭୂକମ୍ପ ଝଟକା ଯୋଗୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦଉଡୁଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ଯୋଗୁ କ୍ଷୟକ୍ଷତି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । 

Subscribe

National International State Sports Entertainment