ଆଉ ଏକ କରୋନା ବିରୋଧୀ ଔଷଧ ବ୍ୟବାହାରକୁ ଅନୁମତି ଦେଲେ ଭାରତ ସରକାର
Khabar Odisha:one-more-antibody-drug-approved-by-the-indian-government-for-emergency-use-agnaist-covid-19

ନୁଆଦିଲ୍ଲୀ, ମେ୫(ଖବର ଓଡିଶା); କରୋନ ବିରୋଧୀ ଲଢେଇକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର । ଏଥୀପାଇଁ କେଉଁଠି ନୁଆ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରୁିଛନ୍ତି ତ ବିଭିନ୍ନ ଔଷଧର ଯୋଗାଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । 

ତେବେ ଆଜି ଭାରତ ସରକାରଙ୍କ ପକ୍ଷରୁ ଏକ ଅମେରିକିଅ ଆଣ୍ଟିବଡି ଔଷଧ କକ୍‌ଟେଲ୍ କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି, ଏହାକୁ ରୋଚେ ଏବଂ ରେଜେନେରନ୍ ଦ୍ୱାରା ବିକଶିତ କରିଥିଲା ବେଳେ ଭାରତରେ କରୋନା କହର ସହିତ ଲଢିବାରେ ଏହ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ଆମେରିକାର ମେଡିକାଲ ନିୟାମକଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଏବଂ ୟୁରୋପୀୟ ମେଡିକାଲ ନିୟାମକ ପ୍ୟାନେଲର ବୈଜ୍ଞାନୀକଙ୍କ ମତକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରୋଚେଙ୍କ ଇଣ୍ଡିଆ ବିତରଣ ସହଭାଗୀ ସିପଲା ଚମ୍ପାନୀ ପକ୍ଷରୁ ସୁଚନା ମିଳିଛି । 

ଏହି ଅନ୍ଟିବଡି ନେବା ପରେ କରୋନାରେ ସକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ମେଡିକାଲ ଚିକିତ୍ସା କମାଇଥାଏ ଏବଂ ରୋଗି ମାନଙ୍କ ଗମ୍ଭିର ଅବସ୍ଥାରୁ ଯିବାରୁ ରୋକି ଥାଏ । ଏହି ଔଷଧକୁ ଅମେରିକା ଏବଂ ଇୟୁରୋପରେ ମଧ୍ୟ କେବଳ ଜରିରୀ କାଳିନ ବ୍ୟବହାର କରିବା ନିମନ୍ତେ ଅନୁମୋଦନ ପ୍ରଦାନ କରିଛନ୍ତି । 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହି ଔଷଧ ସେବନ କରିଥିଲେ। ସିପଲା କହିଛନ୍ତି ଯେ ଏହି ଔଷଧ ସାମାନ୍ୟରୁ ମଧ୍ୟମ ସଂକ୍ରମଣ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଗୁରୁତର ହେବାର ଆଶଙ୍କା ଅଧିକ ।

ଗତ ୧୦ଦିନ ମଧ୍ୟରେକରୋନାରେ ୩୩,୦୦୦ ରୁ ଅଧିକ ଭାରତୀୟଙ୍କର ମୃତ୍ୟୁ ଘଟିଛି, ଏବଂ ଦେଶରେ ଗିଲିଆଡର ରିମଡେସିଭର୍ ଏବଂ ରୋଚେ ଟୋକିଲିଜୁମାବ ସମେତ କୋଭିଡ-୧୯ ଔଷଧର ଘୋର ଅଭାବ ଦେଖାଦେଇଛି ଏଥିପାଇଁ ସରକାର ଏବଂ ସ୍ଥାନୀୟ ଔଶଧ ଉତ୍ପାଦନକାରୀ ମାନେ ଔଷଧର ଦୃତ ଉତ୍ପାଦନ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ।

  • Tags:

Subscribe

National International State Sports Entertainment