ଏହି ୫ଟି କାରଣରୁ ଜାଣନ୍ତୁ ଆପଣଙ୍କୁ ମଧୁମେହ ହୋଇଛି ନା ନାହିଁ
Khabar Odisha:health-odisha-reason-behind-diabetic
ନୂଆଦିଲ୍ଲୀ, ମାର୍ଚ୍ଚ ୨୯(ଖବର ଓଡିଶା) :

ଆଧୁନିକ ଲାଇଫଷ୍ଟାଇଲର ଖରାପ ଖାଇବା ପିଇବା ଦ୍ୱାରା ମଧୁମେହ ଭଳି ମାରାତ୍ମକ ରୋଗ ହୋଇଥାଏ । ତଥ୍ୟ ଅନୁସାରେ ଭାରତରେ ସବୁଠାରୁ ଅଧିକ ମାତ୍ରାରେ ମଧୁମେହ ହେଉଛି । ଭାରତରେ ପାଂଚ ପ୍ରତିଶତ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି । କିଛି ବ୍ୟକ୍ତି ଏହି ରୋଗର ଲକ୍ଷଣ ସଂପର୍କରେ ଜାଣିପାରନ୍ତି ନାହିଁ କି ଏହାର ଉପଚାର ମଧ୍ୟ କରିପାରନ୍ତି ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ମଧୁମେହ ରୋଗର ଲକ୍ଷଣ ସଂପର୍କରେ ଜଣାଇବୁ । ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କୁ ମଧୁମେହ ରୋଗ ହୋଇଛି କି ନାହିଁ ।

୧.    ଯଦି ଆପଣଙ୍କୁ ବାରମ୍ବାର ପାଣି ପିଇବାର ଆବଶ୍ୟକ ପଡୁଛି ଏହା ଚିନ୍ତାର କାରଣ ଅଟେ ।

୨.    ଯଦି ଆପଣଙ୍କୁ ବାରମ୍ବାର ୱାସରୁମ ଯିବାକୁ ପଡୁଛି ତେବେ ଆପଣ ମଧୁମେହ ରୋଗର ଶିକାର ହୋଇଛନ୍ତି । ବାରମ୍ବାର ୱାସରୁମ ଯିବା ଦ୍ୱାରା ଶରୀରରୁ ମିଠା ଅଶଂ ବାହାରିଥାଏ । ଏହା ମଧୁମେହ ରୋଗର ଲକ୍ଷଣ ଅଟେ ।

୩.    ଯଦି ଆପଣଙ୍କୁ ଶୋଇବା ପରେ ମଧ୍ୟ ଥକ୍କା ଲାଗୁଛି ତେବେ ଏହା ଚିନ୍ତାର କାରଣ ଅଟେ । ମଧୁମେହ ରୋଗ ହେବା ଦ୍ୱାରା ଶରୀରକୁ ଶକ୍ତି ଠିକ ସେ ମିଳିନଥାଏ । ଯାହାଦ୍ୱାରା ଶୋଇବା ପରେ ମଧ୍ୟ ଥକ୍କା ଲାଗିଥାଏ । ଏହା ମଧୁମେହ ରୋଗର ଲକ୍ଷଣ ଅଟେ ।

୪.    ଯଦି ଅଧିକ ମାତ୍ରାରେ ଭୋକ ଲାଗୁଛି ତେବେ ଏହା ମଧୁମେହ ରୋଗର ଲକ୍ଷଣ ଅଟେ ।

୫.    ଯଦି ବିନା କାରଣରୁ ଆପଣଙ୍କ ଓଜନ କମ ହେବାରେ ଲାଗୁଛି ତେବେ ଏହା ମଧୁମେହ ରୋଗର କାରଣ  ।

ଏହି ସବୁ ଲକ୍ଷଣ ଆପଣଙ୍କ ଶରୀରରେ ଦେଖାଯାଉଛି ତେବେ ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ଅଟନ୍ତି । ଅତିଶୀଗ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।  

  • Tags:

Subscribe

National International State Sports Entertainment