ଖଜୁରୀରେ ଅନେକ ଜରୁରୀ ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ସହାୟକ ହୋଇପାରେ । ଖଜୁରୀଗୁଡିକ ଫାଇବର ଏବଂ କାର୍ବସରେ ମଧ୍ୟ ଭରପୂର ଅଟେ ଯାହା ଆପଣ କେତେବେଳେ ବି ଖାଇପାରିବେ । ପ୍ରତି ୧୦୦ ଗ୍ରାମ ଖଜୁରିରେ ୨୭୦ରୁ ୩୧୦ଗ୍ରାମର କ୍ୟାଲୋରୀ ଥାଏ । ଏହା ବ୍ୟତୀତ ୫ଗ୍ରାମର ପ୍ରୋଟିନ, ସୋଡିୟମ ୨ଗ୍ରାମ ପୋଟାସିୟମ ୬୫୬ଗ୍ରାମ ଏବଂ ୭୫ଗ୍ରାମର କାର୍ବୋହାଇଡ୍ରେଟ୍ ଥାଏ । ଶରୀରରେ ବ୍ଲଡ଼ ସୁଗାରର ମାତ୍ରା ବଢିଲେ ଡ଼ାଇବେଟିସ ହେବାର ଆଶଙ୍କା ରହିଥାଏ । ଏଥିପାଇଁ ଡ଼ାଇବେଟିସ ରୋଗୀଙ୍କୁ ସପ୍ତାହକୁ ଦୁଇ ରୁ ତିନି ଥର ଖଜୁରୀ ଖାଇବାକୁ ପରାମର୍ଶ ଦିଆଯାଏ । ଏହା ଦ୍ୱାରା ଡ଼ାଇବେଟିସ ନିୟନ୍ତ୍ରଣ ରହିଥାଏ । ଖଜୁରୀରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ତ୍ୱଚାକୁ ଚମକାଇଥାଏ । ଖଜୁରୀରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ କ୍ରିୟା ଠିକ ରହିବା ସହିତ ପେଟଜନିତ ସମସ୍ୟା ଦୁର ହୋଇଥାଏ । ତେଣୁ ଉପଯୁକ୍ତ ଫାଇବର ପାଇଁ ଖଜୁରୀ ଖାଇବା ଆବଶ୍ୟକ । ଗର୍ଭବତୀ ମହିଳାଙ୍କୁ ଖଜୁରୀ ଖାଇବାକୁ ଦିଅନ୍ତୁ। ଖଜୁରୀ ଖାଇଲେ ଜନ୍ମ ସମୟରେ ମହିଳାଙ୍କ ଲେବର ପେନ କମ ହୋଇଥାଏ ଏବଂ ତାଙ୍କୁ ଶକ୍ତି ମିଳିଥାଏ । କ୍ୟାଲସିୟମ ଅଭାବରୁ ଦାନ୍ତ ସମସ୍ୟା ଦେଖା ଦେଇଥାଏ । ଖଜୁରୀରୁ କ୍ୟାଲସିୟମ୍ ଭରପୁର ମାତ୍ରାରେ ମିଳେ । ଏହାକୁ କ୍ଷୀର ସହିତ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ସେବନ କରିବା ଦ୍ୱାରା, ଦାନ୍ତକୁ ମଜବୁତ୍ କରିଥାଏ । ଖଜୁରୀ ଖାଇବା ପରେ ହାଲକା ଉଷୁମ୍ ପାଣି ପିଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରେ ।