ଆଜି ହେଉଛି ବିଶ୍ୱ ହୃଦୟ ଦିବସ । ପ୍ରତି ବର୍ଷ ସେପ୍ଟେମ୍ବର ୨୯କୁ ଏହି ଦିବସ ପାଳନ କରାଯାଏ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଏହି ଦିବସକୁ ପାଳନ କରାଯାଇଥିଲା । ହୃଦୟ ରୋଗ ପ୍ରତି ସଚେତନତା ସୃଷ୍ଟି ପାଇଁ ଏବଂ ସାଧାରଣ ଲୋକଙ୍କୁ ହୃଦୟ ଜନିତ ବିଭିନ୍ନ ରୋଗ ପ୍ରତି ଜାଗୃତ କରିବା ଏହାର ଲକ୍ଷ । ଆଜି କାଲି ବହୁତ କମ ବୟସର ଲୋକମାନେ ମଧ୍ୟ ଏହି ରୋଗରେ ପୀଡିତ ହୋଇଥାନ୍ତି । ସେ ୫୦ ବର୍ଷର ବୟସ୍କଙ୍କ ବ୍ୟକ୍ତି ହେଉ କି ୨୦ ବର୍ଷର ଯୁବକ ।
ଏହି ଅବସର ରେ ପ୍ରତ୍ୟେକ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସ୍ଲୋଗାନ ଘୋଷଣା କରାଯାଏ । ସେହି ଅନୁସାରେ ଏ ବର୍ଷ ର ସ୍ଲୋଗାନ ରହିଛି 'ହୃତପିଣ୍ଡ ଉପଯୋଗ କରି ହୃତପିଣ୍ଡ ବିଷୟରେ ଜାଣ' । ଏହାର ଅର୍ଥ ହେଉଛି ହୃତପିଣ୍ଡ ଜନିତ ରୋଗ ବିଷୟରେ ଜାଣିବା ଓ ସଚେତନ ରହିବା ହେଉଛି ପ୍ରଥମ କଥା । ହୃଦ ସମ୍ପର୍କିତ ସମସ୍ୟା ବିଷୟରେ ଜାଣିବା ପରେ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଆଜିର ଦିନରେ ସରକାରୀ ତଥା ବେସରକାରୀ ସ୍ତରରେ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ଏଥିରେ ହୃଦରୋଗ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେଇଥାନ୍ତି । ହୃଦରୋଗ ପରି ସମସ୍ୟା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଆମେ ଆମର ଦୈନନ୍ଦିନ ଜୀବନଶୈଳୀ ଏବଂ ଖାଦ୍ୟ ପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ।