ନୂଆଦିଲ୍ଲୀ, ନଭେମ୍ବର ୧୧ (ଖବର ଓଡ଼ିଶା): ଦେଶରେ ଆରମ୍ଭ ହୋଇଛି ହର ଘର ଦସ୍ତକ୍ ଅଭିଯାନ । ଏହି ଅଭିଯାନରେ ପ୍ରତିଟି ଘରେ ଲୋକମାନଙ୍କୁ ଟିକା ଦିଆଯାଇଛି କି ନାହିଁ ତାର ତଥ୍ୟ ହାସଲ କରାଯିବା ସହିତ ଟିକା ନେଇ ନଥିବା ଲୋକମାନଙ୍କ ପାଇଁ ଟିକା ଦେବାର ବ୍ୟବସ୍ଥା କରାଯାଉଛି ।
ଦେଶରେ ଶତ ପ୍ରତିଶତ ଟିକାକରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ତେବେ ଆଜି ଏହି ଅଭିଯାନ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ବୟସ୍କଙ୍କ ପ୍ରଥମ ଡୋଜ୍ କରୋନା ଟିକା ଦିଆଯିବା ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରତି ରାଜ୍ୟର ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକର ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ଉପରେ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।