ରାଜ୍ୟରେ ପୁଣି ଅପପୁଷ୍ଟିଜନିତ ମୃତ୍ୟୁ ମାମଲା, ମୃତକ ୮ ବର୍ଷୀୟା ନାବାଳିକା
Khabar Odisha:One-more-death-due-to-malnutrition-in-jajpur
ଖବର ଓଡିଶା : 20/04/2023

ରାଜ୍ୟରେ ପୁଣି ଅପପୁଷ୍ଟିଜନିତ ମୃତ୍ୟୁ ମାମଲା l ମୃତକ ହେଲେ ଦାନଗଦୀ ବ୍ଲକ, ତ୍ରିରଙ୍ଗା ପଞ୍ଚାୟତ ସୋଲେଇ ଗାଁର ବାବୁଲି ତିରିଆଙ୍କର ୮ ବର୍ଷୀୟା ଝିଅ ଶୁଭଲକ୍ଷ୍ମୀ । ୨୦୨୧ରେ ଶୁଭଲକ୍ଷ୍ମୀ ଅପପୁଷ୍ଟିର ଶିକାର ହୋଇଥିଲେ । 

ଖବର ଅନୁଯାୟୀ, ୨୦୨୧ରେ ଶୁଭଲକ୍ଷ୍ମୀ ଅପପୁଷ୍ଟିର ଶିକାର ହୋଇଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ତାଙ୍କର ଚିକିତ୍ସା କରାଯାଇ ନଥିଲା । କେବଳ ତାଙ୍କୁ ହସ୍ପିଟାଲ ନେଇ ପୁଣି ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଅପପୁଷ୍ଟିରେ ୮ ବର୍ଷୀୟା ଶିଶୁର ମୃତ୍ୟୁ ଘଟଣା 23 ବର୍ଷର ସ୍ଥିର ରାଜ୍ୟ ସରକାର ଓ ସରକାରଙ୍କ ସିମାମ୍‌ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପୂର୍ବରୁ ସୁକିନ୍ଦା ବ୍ଲକର କ୍ରୋମ୍ ଉପତ୍ୟକା ନିକଟବର୍ତ୍ତୀ ନଗଡ଼ାର ଅପପୁଷ୍ଟିକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ଦାନଗଦୀ ବ୍ଲକ୍ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟ ଘାଟିସାହିରେ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ମୃତ୍ୟୁ ଘଟଣା ଏଥିରେ ଯୋଡ଼ି ହୋଇଯାଇଛି। ଏହାଫଳରେ ରାଜ୍ୟ ସରକାରଙ୍କ ସିମାମ ଯୋଜନା ଏଠାରେ ଫେଲ୍ ମାରିଥିବା କୁହାଯାଉଛି। ଅପପୁଷ୍ଟି ନିରାକରଣ ପାଇଁ ରାଜ୍ୟ ସରକାର କରିଥିବା 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା' ଫେଲ ମାରିଥିବାର ଜ୍ୱଳନ୍ତ ଉଦାହରଣ ହେଉଛି  ଦାନଗଦୀ ଓ ସୁକିନ୍ଦା ବ୍ଲକରେ ମାଳମାଳ ଅପପୁଷ୍ଟି ଆକ୍ରାନ୍ତ ଶିଶୁ | ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ରୋକିବା ପାଇଁ  ହୋଇଥିବା ରାଜ୍ୟ ଖାଦ୍ୟ ଅଧିକାର ଅଭିଯାନ ମଧ୍ୟ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଦାନଗଦୀ ଓ ସୁକିନ୍ଦା ବ୍ଲକରେ ମାଳମାଳ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ପ୍ରସଙ୍ଗ ସରକାର ଓ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲିଟିଛି।

Subscribe

National International State Sports Entertainment