ଖବର ଓଡ଼ିଶା: ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ବୁର୍ଲା ଭିମସାର କୁ ଆସୁଥିବା ଭିନ୍ନକ୍ଷମ ରୋଗୀ ଏବେ ଅତି ସୁବିଧାରେ ଚିକିତ୍ସିତ ହୋଇପାରିବେ । ଭିମସାରରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ସହାୟତା କେନ୍ଦ୍ର ଉଦଘାଟନ କରାଯାଇଛି । ଭିନ୍ନକ୍ଷମ ସହାୟତା କେନ୍ଦ୍ରକୁ ଭିମସାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଭାବଗ୍ରାହୀ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି ।
ଭିମସାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଭିନ୍ନକ୍ଷମ ରୋଗୀଙ୍କ ସହ ବୟସ୍କ ରୋଗୀ ଏହା ଦ୍ଵାରା ବେଶ ଲାଭବାନ ପାଇପାରିବେ । ଏହା ସ଼ହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିମସାର ମେଡିକାଲର ବିଭିନ୍ନ ୱ।ର୍ଡରେ ରୋଗୀଙ୍କ ସୁବିଧା ପାଇଁ ୧୦୦ଟି ହୁଇଲ ଚେୟାର ମଧ୍ୟ ପ୍ରଦାନ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ,ଷ୍ଠୋର ମେଡିକାଲ ଅଫିସର ପ୍ରଫେସର ଡାକ୍ତର ଅଶୋକ କୁମାର ପାଣିଗ୍ରାହୀ, ଭିମସାର ଏଡିଏମ୍ ସୁଦର୍ଶନ ସାଏ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ, ଡିଡ଼ିଆରଓ ରବିନ୍ଦ୍ର ସତପଥି, ପ୍ରମୁଖ ଉପସ୍ଥିତ ଥିଲେ ।