ଦେଶରେ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ପରେ ପିଲାଙ୍କ ଟିକାକରଣ ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର
Khabar Odisha:Central-govt-on-child-vaccination

ନୂଆଦିଲ୍ଲୀ, ଡିସେମ୍ବର ୫(ଖବର ଓଡ଼ିଶା): ଦେଶରେ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ପରେ ପିଲାଙ୍କ ଟିକାକରଣ ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଏବେ ସୁଦ୍ଧା ଟିକାକରଣ ଆରମ୍ଭ ହୋଇପାରିନି । ଯାହାକୁ ନେଇ ସେମାନଙ୍କ ପ୍ରତି ଓମିକ୍ରନ୍ ର ଅଧିକ ଭୟ ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏନେଇ ସତର୍କ କରାଇଛନ୍ତି ।

ଏଭଳି ସ୍ଥିତିରେ ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କ ଟିକାକରଣ ଆରମ୍ଭ କରିବାକୁ ଚିନ୍ତା ତଥା ବିଚାର ବିମର୍ଷ କରୁଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ପିଲାଙ୍କ ଟିକାକରଣ ଆରମ୍ଭ କରାଯିବା ନେଇ ବର୍ତ୍ତମାନ ସରକାର ସବୁ ଦିଗ ଉପରେ ଅନୁଶୀଳନ ଜାରି ରଖିଛନ୍ତି ।

 ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଓ ବୈଜ୍ଞାନିକମାନେ ବର୍ତ୍ତମାନ ଏଦିଗରେ ତର୍ଜମା କରୁଛନ୍ତି । ଏହାଛଡା ଡିସିଜିଆଇ ପକ୍ଷରୁ ଜାଇକୋଭ୍ ଡି ନାମକ ଟିକାକୁ ମଧ୍ୟ ୧୨ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବା ନେଇ ଅନୁମତି ମିଳିସାରିଛି ।

ଅନ୍ୟପଟେ କୋଭାକ୍ସିନ୍ ଟିକା ମଧ୍ୟ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଟିକାକରଣ ଆରମ୍ଭ କରିବା ପାଇଁ କ୍ଲିନିକାଲ ଟ୍ରାଏଲ ଜାରି ରଖିଛି । ଉଭୟ ଟିକା ବର୍ତ୍ତମାନ ସୁଦ୍ଧା ସୁଫଳ ଦେଇଆସୁଛନ୍ତି ତେଣୁ ଆଗାମୀ ଦିନରେ ଖୁବ୍ ଶୀଘ୍ର ଭାରତରେ ପିଲାଙ୍କ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment