କରୋନା ଲଢେଇରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା
Khabar Odisha:Another-corona-warrior-lost-in-the-corona-fight
ଭଞ୍ଜନଗର, ନଭେମ୍ବର ୧୯ (ଖବର ଓଡ଼ିଶା):

ଗଂଜାମ ଜିଲ୍ଲାରେ କୋରନା ମହାମାରୀ ଅନେକ କୋରନା ଯୋଦ୍ଧାଙ୍କ ଜୀବନ ନେଇଥିବା ବେଳେ ପୁଣି ଆଉ ଜଣେ ଆଗ ଧାଡ଼ିର କୋରନା ଯୋଦ୍ଧାଙ୍କ ଜୀବନ ନେଇଛି ଏହି ମହାମାରୀ । ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାର୍ଯ୍ୟରତ ଡାକ୍ତର ଶିଶିର ସାବତଙ୍କ କୋରନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଗତ ୧୪ ତାରିଖରେ ସ୍ୱର୍ଗତ ସାବତଙ୍କ କୋରନା ଟେଷ୍ଟ କରିଥିବା ବେଳେ ୧୫ରେ ରିପୋର୍ଟ ପଜିଟିଭି ଆସିଥିଲା । ଯାହା ଫଳରେ ସେ ମାଲସାହିରେ ରହୁଥିବା ନିଜ ଘରେ ହୋମ କ୍ୟାରେଣ୍ଟ ।ଇନ ରେ ଥିଲେ । ହେଲେ ହଠାତ କୌଣସି କାରଣରୁ ଆଜି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଂଗେ ସଂଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ ଅପରାହ୍ନ ୫.୪୫ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ଆସନ୍ତାକାଲି ଭଞ୍ଜନଗର ମେଡିକାଲ ପରିସରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment