ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଆସିଛି ଏକ ବଡ଼ ଅଘଟଣର ଖବର । ଷ୍ଟାରପ୍ଲସ୍ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ଅନୁପମା ସିରିଏଲ୍ ସୁଟିଂ ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୋମବାର ସକାଳ ପ୍ରାୟ ୫ଟା ସମୟରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ ।
ସୂଚନାନୁସାରେ ମୁମ୍ବାଇ ଗୋରେଗାଓଁରେ ଥିବା ଅନୁପମା ସିରିଏଲ୍ ସେଟରେ ସୁଟିଂ ପାଇଁ ପ୍ରସ୍ତୁତି ଚାଲିଥିବା । ସମସ୍ତ କର୍ମଚାରୀ, ଅଭିନେତା ଏ ଅଭିନେତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୁଟିଂର ମାତ୍ର ୨ ଘଣ୍ଟା ପୂର୍ବରୁ ସେଟରେ ହଠାତ୍ ନିଆଁ ଲାଗି ଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁର ଭୟାବହତା ଏତେ ଥିଲା ଯେ ସୁଟିଂ ସେଟ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏଥିରେ କୌଣସି ମୃତାହତ ହୋଇ ନ ଥିବା ଜଣାପଡ଼ିଛି ।
ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ଅଲ୍ ଇଣ୍ଡିଆ ସିନେ ୱାର୍କର୍ ଆସୋସିଏସନ୍ ଅଭିଯୋଗ କରିଛି । ତେଣୁ ମାମଲାର ଉଚ୍ଚ ସ୍ତରୀୟ ଦାବି କରିଛି ସିନେ ୱାର୍କର୍ ଆସୋସିଏସନ୍ ।
‘ଅନୁପମା’ ସିରିଏଲ୍ ଏକ ଲୋକପ୍ରିୟ ଧାରାବାହିକ । ଦୀର୍ଘ ୫ ବର୍ଷ ଏହି ଧାରାବାହିକ ଜାରି ରହିଛି । ଏଥିରେ ରୂପାଲୀ ଗାଙ୍ଗୁଲି ମୁଖ୍ୟ ଭୂମିକାରେ ଥିବାବେଳେ ଅଦ୍ରିଜା ରୟ, ଶିବମ୍ ଖଜୁରିଆ, ରାହିଲ ଅଜମାନ ଓ ଜଲକ୍ ଦେଶାଇ ପ୍ରମୁଖ ଅଭିନୟ କରୁଛନ୍ତି । ପୂର୍ବରୁ ଏଥିରେ ସୁଧାଂଶୁ ପାଣ୍ଡେ, ଗୌରବ ଖାନ୍ନା, ମଦଳସା ଶର୍ମା, ମୁସ୍କାନ୍ ବାମ୍ନେ ଓ ଅଧିକ୍ ମେହତାଙ୍କ ଭଳି ଜଣାଶୁଣା କଳାକାରମାନେ ଅଭିନୟ କରୁଥିଲେ ।