ଶିକାରାର ଟ୍ରେଲର ରିଲିଜ୍, ଯାହା ବଖାଣୁଛି ୪ ଲକ୍ଷ କାଶ୍ମୀର ପଣ୍ଡିତଙ୍କ କଷ୍ଟ ଭରା କାହାଣୀ
Khabar Odisha:entertainment-odisha-shikara-trailer-kashmiri-pandits-story-vidhu-vinod-chopra-launching-sadia-and-aadil-khan
ନୂଆଦିଲ୍ଲୀ, ଜାନୁଆରୀ ୦୮ (ଖବର ଓଡିଶା) :

ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଶିକାରାର ଟ୍ରେଲର ଜାନୁଆରୀ ୭ରେ ରିଲିଜ୍ ହୋଇଛି। ଏହାକୁ ହିନ୍ଦୀ ଫକ୍ସ ଷ୍ଟାର ହିନ୍ଦୀ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରାଯାଇଛି। ଫିଲ୍ମରେ ଆଦିଲ ଖାନ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସାଦିଆ ମୁଖ୍ୟ ଅଭିନେତ୍ରୀ ଭୁମିକାରେ ଅଛନ୍ତି। ଏହି ଦୁଇ କଳାକାରଙ୍କ ଏହା ପ୍ରଥମ ଫିଲ୍ମ। ଆସନ୍ତା ଫେବୃଆରୀ ୦୭ରେ ଫିଲ୍ମ ପରଦାରେ ରିଲିଜ୍ ହେବ। 

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଏହା ସେହି ୪ ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କ କଷ୍ଟକୁ ବୟାନ କରୁଛି ଯେଉଁମାନେ ରାତାରାତି ନିଜ ଭୂମି ଛାଡି ପଳାୟନ କରିଥିଲେ। ଏହି ମଧ୍ୟରେ ଏକ ପ୍ରେମୀ ଯୁଗଳଙ୍କ କଷ୍ଟଭରା ପ୍ରେମ କାହାଣୀ ଫିଲ୍ମରେ ଚିତ୍ରଣ କରାଯାଇଛି। ଏହା ସହ ଫିଲ୍ମରେ ନିର୍ଦ୍ଦେଶକ କାଶ୍ମୀର ପଣ୍ଡିତଙ୍କ ଦୁଃଖ କଷ୍ଟ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।

Subscribe

National International State Sports Entertainment