ନଭେମ୍ବରରେ ନତାସାଙ୍କୁ ବଧୂ କରିବେ ବରୁଣ !
Khabar Odisha:entertainment-bollywood-odisha-varun-dhawan-to-have-destination-wedding-in-november-this-year-with-natasha-dalal
ନୂଆଦିଲ୍ଲୀ, ଅଗଷ୍ଟ ୨୧ (ଖବର ଓଡିଶା) :

ବଲିଉଡରେ ଗତ କିଛି ଦିନ ହେବ ବିବାହ ସିଜିନ ଚାଲିଛି କହିଲେ ଚଳେ । ଅନୁଷ୍କା, ସୋନମ, ଦୀପିକା, ପ୍ରିୟଙ୍କାଙ୍କ ଭଳି ଲୋକପ୍ରିୟ ହିରୋଇନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ତାଲିକାରେ ବରୁଣ ଧାୱନ ଖୁବ୍ ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି । ସେ ତାଙ୍କର ଗର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏହି ଯୋଡି ନଭେମ୍ବରରେ ବିବାହ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । 

ସୂଚନାଯୋଗ୍ୟ, ବରୁଣ ଏବଂ ନତାସାଙ୍କ ନିର୍ବନ୍ଧ ଗତବର୍ଷ ଗୁପଚୁପ୍ ଭାବରେ ହୋଇଥିଲା । ଏହି ପ୍ରୋଗ୍ରାମରେ କେବଳ ଘର ଲୋକ ଉପସ୍ଥିତ ଥିଲେ । ତେବେ ବରୁଣ ନିଜ ଗର୍ଲଫ୍ରେଣ୍ଡଙ୍କୁ ଖୁବ୍ ଭଲ ପାଆନ୍ତି । ତେଣୁ ତାଙ୍କର ବିବାହ ଏକ ହାଇ ପ୍ରୋଫାଇଲ ଅନ୍ଦଜରେ ହେବ ବୋଲି ଅନୁମାନ କରାଯାଉଛି । 

ଏହି ଯୋଡି ଡେଷ୍ଟିନେସନ ୱେଡିଙ୍ଗ କରିବାକୁ ଯାଉଛନ୍ତି । ଏଥିରେ କିଛି ବଛାବଛା ଲୋକ ନିମନ୍ତ୍ରଣର ସୁଯୋଗ ପାଇବେ । ତେବେ ବିବାହ ପରେ ରିସେପଶନରେ ବଲିଉଡକୁ ନିମନ୍ତ୍ରିତ କରାଯିବ । ବରୁଣ ଏବଂ ନତାସାଙ୍କ ପରିବାର ଏଥିପାଇଁ ପ୍ରସ୍ତୁତି କରିବା ଆରମ୍ଭ କରି ଦେଲେଣି । 

Subscribe

National International State Sports Entertainment