ଖବର ଓଡିଶା : 06/03/2023:
ସୁଟିଂ ବେଳେ ବିଗ୍ ବି ଆହତ । ହାଇଦ୍ରାବାଦରେ ସୁଟିଂ ବେଳେ ବିଗ-ବି ଆହତ ହୋଇଛନ୍ତି । ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ଗୋଡରେ ଆଘାତ ଲାଗିଛି । ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରିଥିବା ଜଣାପଡିଛି । ଆହତ ହୋଇଥିବା ନେଇ ଅମିତାଭ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଫଳରେ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତି । ଡାକ୍ତରୀ ପରାମର୍ଶ କ୍ରମେ ସିଟି ସ୍କାନ ପରେ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଥିବା ସୂଚନା ମିଳିଛି ।