ଭୁବନେଶ୍ଵର: ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କୁ ନେଇ ଖୁସି ଖବର ଆସିଛି । ଦୀର୍ଘ ଦୁଇ ମାସ ପରେ ଅଭିଜିତ ଭେଣ୍ଟିଲେଟରରୁ ବାହାରିଛନ୍ତି । ତାଙ୍କୁ ସୋମବାର ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ସେ ଏବେବି କୋମାରେ ଅଛନ୍ତି ।
ଅଭିଜିତ ମଜୁମଦାର ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି । ଗତ ଅଗଷ୍ଟ ୩୧ ତାରିଖରେ ଅଭିଜିତ ଅସୁସ୍ଥ ହୋଇଥିଲେ । ତାଙ୍କୁ ପ୍ରଥମେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ତୁରନ୍ତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଗତ ସେପ୍ଟେମ୍ବର ୪ ତାରିଖରୁ ଅଭିଜିତ ଏମ୍ସରେ ଭେଣ୍ଟିଲେଟର୍ ସପୋର୍ଟରେ ଥିଲେ ।