ରିଲିଜ ହେଲା ଟ୍ରାନ୍ସଜେଣ୍ଡର ଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡିଆ ଚଳଚ୍ଚିତ୍ର 'ଟି'ର ଟ୍ରେଲର
Khabar Odisha:The-trailer-of-Odia-film-T-based-on-the-life-story-of-a-transgender
ଖବର ଓଡିଶା : 16/05/2023:

ଓଡିଆ ଚଳଚ୍ଚିତ୍ର ଏବେ ଦୁଇ ପାଦ ଆଗକୁ ଯାଇଛି। ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଉଛି। ଏହି ପରିପ୍ରେକ୍ଷୀରେ ରିଲିଜ ହୋଇଯାଇଛି ଆଗାମୀ ଓଡିଆ ଚଳଚ୍ଚିତ୍ର 'ଟି'ର ଟ୍ରେଲର। ଭୁବନେଶ୍ୱର ସିନେପଲିସରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ ଏହାର ଟ୍ରେଲର ରିଲିଜ ହୋଇଯାଇଛି । 

ଏକ ନିଆରା ଓଡିଆ କାହାଣୀକୁ ନେଇ ନିର୍ମାଣ ହୋଇଥିଵା ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦେଖି ବିଭିନ୍ନ ବର୍ଗର ଲୋକେ ପସନ୍ଦ କରିଛନ୍ତି। ଏହି ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର କନଭେନର ଅରୂପ ପଟ୍ଟନାୟକ, ମୀରା ପରିଡା, ମେଘନା, ଆୟେସା ଏବଂ ଟି ଚଳଚ୍ଚିତ୍ରର ମେମ୍ବର ମାନେ ଉପସ୍ଥିତ ଥିଲେ । ଟ୍ରାନ୍ସଜେଣ୍ଡର ଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଏହି ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଯିବା ପରେ ପ୍ରଯୋଜନା ସଂସ୍ଥା ତଥା ଦର୍ଶକଙ୍କ ମନ ଆନନ୍ଦିତ ହୋଇଥିଲା । ସୂଚନା ମୁତାବକ, ପାନୋରମା ମ୍ୟୁଜିକ ଏବଂ ଷ୍ଟୁଡିଓ  ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର “ଟି” ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି ।

ଓଲିଉଡ଼ର ବିଭିନ୍ନ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଦେବାଶିଷ ସାହୁ (ଦେବ୍) ମେଘନା ସାହୁ ଚରିତ୍ରରେ ନଜର ଆସିବେ । ତାଙ୍କ ବ୍ୟତୀତ ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ମେ ୨୫ ତାରିଖ ରେ ସମଗ୍ର ରାଜ୍ୟର ପ୍ରାୟ ତିରିଶ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଚଳଚ୍ଚିତ୍ର ‘ଟି' ।   

Subscribe

National International State Sports Entertainment