ଟିକଟକକୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା ଚିଙ୍ଗାରୀ ଆପ, ତିନ ଦିନ ଭିତରେ ଡାଉନଲୋଡ କଲେ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ
Khabar Odisha:The-Chingari-app-was-launched-to-challenge-the-tiktok
ନୂଆଦିଲ୍ଲୀ, ଜୁନ ୨୩ (ଖବର ଓଡ଼ିଶା):

ଭାରତ - ଚୀନ ସୀମାରେ ହିଂସାତ୍ମକ ସଂଘର୍ଷରେ ଭାରତର 20 ଜଣ ସୈନିକ ସହିଦ ହୋଇଥିଲେ । ଏହି ଘଟଣା ପରେ ସାରା ଭାରତରେ ଚୀନ ସାମଗ୍ରୀ ବର୍ଜନର ନାରା ବର୍ତ୍ତମାନ ଜୋରଦାର ହୋଇଛି । ବିଭିନ୍ନ ସଂଗଠନର ଲୋକ ମାନେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଚୀନ ସାମଗ୍ରୀ ବର୍ଜନ କରିବାର ଆହ୍ୱାନ ଦେଉଛନ୍ତି ।

କେବଳ ଚୀନ ସାମଗ୍ରୀ ନୁହଁ ଚୀନ ଆପ ଗୁଡିକୁ ମଧ୍ୟ ଭାରତୀମାନେ ବୟକଟ କରିଛନ୍ତି । ସେହିପରି ଭାରତରେ ବହୁତ ପପୁଲାର ଚାଇନିଜ ଆପ ଟିକଟକକୁ ମଧ୍ୟ ବହୁ ଭାରତୀୟ ମାନେ ବୟକଟ କରିଛନ୍ତି । ତେବେ ଏହି ଟିକଟକ ପରି ଆମ ଭାରତରେ ତିଆରି କରାଯାଇଥିବା ସ୍ବଦେଶୀ ଆପ ଚିଂଗାରୀକୁ ଲୋକମାନେ ବହୁ ପସନ୍ଦ କରିଛନ୍ତି ବୋଲି ଜଣାପଡିଛି । ଏମିତିକି ମାତ୍ର 72 ଘଣ୍ଟା ମଧ୍ୟରେ ଏହି ଆପକୁ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଡାଉନଲୋଡ଼ କରିଛନ୍ତି ବୋଲି ଏହାର ଡେଭଲପରମାନେ ମତ ଦେଇଛନ୍ତି । ତେବେ ଚିଂଗାରୀ ଆପରେ ଆପଣ ବିଭିନ୍ନ ଭାଷାରେ ବ୍ୟବହାର କରିପାରିବେ ଏବଂ ଟିକଟକ ପରି ଏଥିରେ ମଧ୍ୟ ବ୍ୟବହାରକାରୀମାନେ ସେମାନଙ୍କ ଫଟୋ କିମ୍ବା ଭିଡ଼ିଓ ଅପଲୋଡ଼ କରିପାରିବେ ବୋଲି ଜଣାପଡିଛି ।

  • Tags:

Subscribe

National International State Sports Entertainment