ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍ ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ସେ ତାଙ୍କ ବହୁପ୍ରତୀକ୍ଷିତ ମୁଭି ‘ଫତେହ’ର ମୁକ୍ତିଲାଭ ତାରିଖ ଉପରୁ ଉଠାଇଛନ୍ତି ପରଦା । ଏଥିସହ ସୋନୁଙ୍କର ମୁଭିର ନୂଆ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ‘ଫତେହ’ ଏକ ସାଇବର ଅପରାଧ ଭିତ୍ତିକ ଥ୍ରୀଲର ଚଳଚ୍ଚିତ୍ର। ସୋନୁ ସୁଦଙ୍କ ନିର୍ଦ୍ଦେଶନାରେ ଏହା ନିର୍ମିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର। ଏକ ନୂଆ ପୋଷ୍ଟର ଏବଂ ସୋନୁ ସୁଦ୍ଙ୍କ ଫଟୋ ସହ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି, ଯାହା ନିଶ୍ଚିତ ଭାବରେ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସାହକୁ ବଢାଇଦେଇଛି। ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଏହି ଚଳଚ୍ଚିତ୍ର। ଜାନୁଆରୀ ୧୦, ୨୦୨୫ରେ ପରଦାକୁ ଆସିବ ‘ଫତେହ’। ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଶେୟାର କରି ସୋନୁ ଲେଖିଛନ୍ତି, ‘‘ଦେଶର ସର୍ବୋତ୍ତମ ଆକ୍ସନ୍ ଫିଲ୍ମ ପାଇଁ ପ୍ରସ୍ତୁତ ରୁହନ୍ତୁ’’। ଶକ୍ତି ସାଗର ପ୍ରଡକ୍ସନ୍ସ ଓ ଜୀ ଷ୍ଟୁଡିଓ ଦ୍ଵାରା ନିର୍ମିତ ‘ଫତେହ’ରେ ସୋନୁ ସୁଦ୍ ଅଭିନେତା ନସୀରୁଦ୍ଧିନ ଶାହ ଓ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ନଜର ଆସିବେ।