ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେ, ବିର୍ସୋଭା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ମୁମ୍ବାଇ, ଜୁନ୍ ୨(ଖବର ଓଡିଶା): Share story: ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେ । ବିର୍ସୋଭ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଲୋକପ୍ରିୟ ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେଙ୍କୁ ପୂରା ଦେଶ ଝୁରୁଛି । ମଙ୍ଗଳବାର ବିଳମ୍ବିତ କୋଲକାତାରେ ଏକ କନସର୍ଟ ସମୟରେ କେକେଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କେକେଙ୍କର ମୃତ୍ୟୁ ଖବର ଆସିବା ପରେ ସମସ୍ତେ ସ୍ତବ୍ଧ । ଅଚାନକ କେକେଙ୍କ ମୃତ୍ୟୁରେ ଫିଲ୍ମ ଜଗତରେ ଶୋକାକୁଳ ପରିବେଶ । କିଏ ବା ଜାଣିଥିଲା ୫୩ ବର୍ଷ ବର୍ଷୀୟ ଗାୟକ କେକେ ଏପରି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯିବେ ବୋଲି । ୟାରୋଁ ଦୋସ୍ତି ବଡି ଅଜିବ ହେ, କୋଲକାତାରେ ଆୟୋଜିତ ହୋଇତଇବା କନସର୍ଚରେ କେକେ ଏହି ଗୀତ ଗାଇଥିଲେ । ଏହି ଗୀତକୁ ଗାଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖବର ଓଡ଼ିଶା, Reporter, 02/06/2022