ପୁଣି ଚର୍ଚ୍ଚାରେ ‘ବିଗ୍ ବସ୍‌-୧୫’, ପୂରା ସିଜନ୍ ହୋଷ୍ଟ ପାଇଁ ସଲମାନ ନେବେ ୫ ଶହ କୋଟି
Khabar Odisha:Bigg-Boss-15-Salman-will-take-Rs-500-crore-for-the-entire-season-host
ମୁମ୍ବାଇ, ଅକ୍ଟୋବର ୩(ଖବର ଓଡିଶା):

ବଲିଉଡର ଦବଙ୍ଗ ହିରୋ ସଲମାନ ଖାନା ପ୍ରାୟ ୧୦ ବର୍ଷ ହେଲା ବିଗ୍ ବସ ସହ ଯୋଡି ହୋଇଛନ୍ତି । ଏହାର ସିଜନ୍‌-୪ରେ ସେ ପ୍ରଥମ ଥର ପାଇଁ ହୋଷ୍ଟ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସଲମାନ୍ ବିଗ୍ ବସ୍ ହୋଷ୍ଟ ଭାବେ ନଜର ଆସୁଛନ୍ତି । ଶୋରେ ସଲମାନଙ୍କ ଡିମାଣ୍ଡ ଯେତିକି ରହୁଛି ସେମିତି ତାଙ୍କର ପାରିଶ୍ରମିକ ବି ରହୁଛି । 

ତେବେ ଶୁଣି ବାକୁ ମିଳୁଛି ଯେ ବିଗ୍ ବସ-୧୫ ସିଜନ୍ ପାଇଁ ସଲମାନ ଖାନା ୫ ଶହ କୋଟି ପାରିଶ୍ରମିକ ନେବେ । ଏହି ସିଜନରେ ୨୮ଟି ଏପିସୋଡ୍ ହୋଷ୍ଟ କରିବା ପାଇଁ ସଲମାନ ଖାନ ନେବେ ୩୫୦ କୋଟି । ସେହିପରି ସିଜନ ୪,୫,୬ ପାଇଁ ସଲମାନ ଖାନା ୨.୪ କୋଟି ନେଇଥିଲେ । ଏହା ପରେ ତାଙ୍କର ପାରିଶ୍ରମିକ ବୃଦ୍ଧି କରାଯାଇଥିଲା । ସେହିପରି ସିଜନ୍ ୭ରେ ସେ ଏପିସୋଡ ପିଛା ୫ କୋଟି ଟଙ୍କା ନେଇଥିଲେ । 

ଅନ୍ୟପଟେ ସିଜନ ୮ରେ ସଲମାନ ପୁଣି ପାରିଶ୍ରମିକ ବଢାଇତିଲେ । ସିଜନ୍ ୯ରେ ଦବଙ୍ଗ ଖାନଙ୍କୁ ଏପିସୋଡ ପିଛା ୭ରୁ ୮ କୋଟି ପାରିଶ୍ରମିକ ମିଳିଥିଲା । ସିଜନ ୧୦ରେ ୮ କୋଟି ଦାବି କରିଥିଲେ । ସେହିପରି ସିଜନ ୧୧ ପ୍ରସାରଣ ସମୟରେ ଚର୍ଚ୍ଚା ହୋଇଥିଲା ଯେ ୧୧ କୋଟି ପାରିଶ୍ରମିକ ନେଉଥିଲେ । ସେହିପରି ୧୨ରେ ୧୬୫ କୋଟି ମିଳିଥିଲା । ୧୩ରେ ୨୦୦ କୋଟି, ୧୪ରେ ୨୫୦ କୋଟି ପାରିଶ୍ରମିକ ନେଇଥିଲେ ।

  • Tags:

Subscribe

National International State Sports Entertainment