ଅଭିନେତ୍ରୀ ଆଥିୟା ଓ କେ.ଏଲ ରାହୁଲଙ୍କ ବିବାହ ଖବର ଉପରେ ମୋହର ଲାଗିଛି | ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଥିୟା ସେଟ୍ଟି ଓ କ୍ରିକେଟର କେ.ଏଲ. ରାହୁଲ । ପ୍ରକାଶ ପାଇଛି ଦୁହିଁଙ୍କ ୱେଡିଙ୍ଗ ଡିଟେଲ୍ସ । ଗଣମାଧ୍ୟମ କୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ଜାନୁଆରୀ ୨୩ ତାରିଖରେ ଦୁହେଁ ବିବାହ କରିବେ । ଖଣ୍ଡାଲାରେ ୩ ଦିନ ଧରି ଚାଲିବ ଦୁହିଁଙ୍କ ବିବାହ ଉତ୍ସବ । ହଳଦୀ ,ମେହେନ୍ଦି ସେରିମନି ହେବ ଖୁବ ଧୂମଧାମ ରେ | ଏଥିରେ ଯୋଗ ଦେବେ ବିଭିନ୍ନ କ୍ଷେତ୍ରରୁ ନାମୀଦାମୀ ବ୍ୟକ୍ତିତ୍ୱ । । ଏଥିରେ କ୍ରିକେଟ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହ ବଲିଉଡ ର ପପୁଲାର ସେଲିବ୍ରିଟି ମଧ୍ୟ ଯୋଗ ଦେବେ ।